ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଚିକିଟ ବ୍ଲକ ନୂଆପଡ଼ାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ସ୍କୁଲ ଭ୍ୟାନ ପୋଖରୀରେ ପଶିଯାଇଛି। ଏହି ଗାଡ଼ିରେ ୨୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ସୌଭଗ୍ୟବଶତଃ ଗାଡ଼ିରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍ଗୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଛି। ସେମାନଙ୍କ ଭିତରୁ ଜଣେ ଛାତ୍ରୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଗୁରୁତର ଛାତ୍ରୀଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଏହି ଛାତ୍ରଛାତୀଙ୍କୁ ନେଇ ଗାଡ଼ି ଟି ନୂଆପଡ଼ାରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା। ହେଲେ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା।

Comment