ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୩ ତାରିଖରେ ଭାରତ ବାଂଲାଦେଶ କ୍ରିକେଟ ସିରିଜର ପ୍ରଥମ ଟି-୨୦ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ। ତେବେ ଏହା ପୂର୍ବରୁ ଦିଲ୍ଲୀରେ ମ୍ୟାଚ୍ ଆୟୋଜନକୁ ନେଇ ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗମ୍ଭୀର କହିଛନ୍ତି, “ଦିଲ୍ଲୀରେ ଯେପର୍ଯ୍ୟନ୍ତ ପ୍ରଦୁଷଣର ମାତ୍ରା ଠିକ୍ ହୋଇନାହିଁ ସେ ପର୍ଯ୍ୟନ୍ତ ଦିଲ୍ଲୀରେ ମ୍ୟାଚ୍ କରିବା ଠିକ୍ ନୁହେଁ। ବର୍ତ୍ତମାନ ଦିଲ୍ଲୀବାସୀଙ୍କ ପାଇଁ ପ୍ରଦୁଷଣ ସମସ୍ୟା ଦୂରକରିବା ଆଗ। ମ୍ୟାଚ୍ ଆୟୋଜନ କରିବା ପଛ।”

ଗୁରୁବାର ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ଦିଲ୍ଲୀରେ ମ୍ୟାଚ୍ ଆୟୋଜନ ହେବା ନେଇ ସ୍ପଷ୍ଟ କରିଥିଲେ। ଦିଲ୍ଲୀ କ୍ରିକେଟ ବୋର୍ଡ ମଧ୍ୟ ଏନେଇ ପ୍ରଦୁଷଣ ବୋର୍ଡଠାରୁ ଅନୁମତି ଆଣିସାରିଛି। ଯାହାଦ୍ୱାରା ଦିଲ୍ଲୀରେ ହିଁ ମ୍ୟାଚ୍ ଆୟୋଜନ ହେବ ବୋଲି ସ୍ଥିର ହୋଇଛି।

ତେବେ ପ୍ରଦୁଷଣ ସମସ୍ୟା ଯୋଗୁଁ ଗୁରୁବାର ବାଂଲାଦେଶ ଖେଳାଳି ମୁହଁରେ ମାସ୍କ ପିନ୍ଧି ପଡ଼ିଆରେ ଅଭ୍ୟାସ କରୁଥିବା ମଧ୍ୟ ନଜର ଆସିଛି। ବାଂଲାଦେଶୀ ଖେଳାଳୀ ଲିଟନ ଦାସ ମୁହଁରେ ମାସ୍କ ପିନ୍ଧି ପଡ଼ିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here