ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶ ବିପକ୍ଷ ସିରିଜ୍ ପୂର୍ବରୁ ଭାରତୀୟ ଓପନର ରୋହିତ ଶର୍ମା ଆହତ ହୋଇଛନ୍ତି। ଶୁକ୍ରବାର ଅଭ୍ୟାସ ସମୟରେ ତାଙ୍କ ଗୋଡ଼ରେ ବଲ ବାଜି ସେ ଆହତ ହୋଇଛନ୍ତି।
ଥ୍ରୋ ଡାଉନ୍ ଅଭ୍ୟାସ କରିବା ସମୟରେ ଶୁକ୍ରବାର ଗୋଟିଏ ବଲ ଆସି ରୋହିତଙ୍କ ଗୋଡ଼ରେ ବାଜିଥିଲା। ଏହାପରେ ସେ କଷ୍ଟ ଅନୁଭବ କରିଥିଲେ। ଏହାପରେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ସହ ଆଲୋଚନା କରିବା ପରେ ସେ ପଡ଼ିଆରୁ ଚାଲିଯାଇଥିଲେ। ଏହାପରେ ତାଙ୍କୁ ଆଉ ଅଭ୍ୟାସ କରିବା ଦେଖାଯାଇନଥିଲା।
ତେବେ ଏହି ଆଘାତ ସେତେ ଗମ୍ଭୀର ନୁହେଁ ବୋଲି ଜଣାପଡ଼ିଛି। ତେବେ ପ୍ରଥମ ମ୍ୟାଚ୍ ସେ ଖେଳିବେ କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।
ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ଟି-୨୦ସିରିଜ୍ ପାଇଁ ରୋହିତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।