ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆମାନଙ୍କର ପାରମ୍ପାରିକ ଖାଦ୍ୟ ମଧ୍ୟରେ ଦହି କାଞ୍ଜି ବେଶ୍‌ ଜଣାଶୁଣା। ଶୀତ ଦିନେ ଗରମ ଗରମ ଦହି କାଞ୍ଜି ଖାଇବାକୁ ଯେତିକି ଭଲ ଲାଗେ, ତାହା ସ୍ୱାସ୍ଥ୍ୟ ପାଇଁ ବି ବେଶ୍‌ ଲାଭଦାୟକ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ଦହି କାଞ୍ଜି।

ଆବଶ୍ୟକୀୟ ସାମଗ୍ରୀ

  • କଖାରୁ
  • ମୂଳା
  • ବାଇଗଣ
  • ଲାଉ
  • ବଘାରିବା ପାଇଁ ରସୁଣ ଛେଚା, ଭୃସୁଙ୍ଗା ପତ୍ର, କଞ୍ଚା ଲଙ୍କା ୨ଟି, ସୋରିଷ
  • ହଳଦୀ
  • ସୋରିଷ ତେଲ
  • ସ୍ଵାଦ ଅନୁସାରେ ଲୁଣ
  • ଦହି
  • ୨ ଚାମଚ ବେସନ

ପ୍ରଣାଳୀ

ଗୋଟେ କଡ଼େଇକୁ ଗ୍ୟାସ୍‌ରେ ବସେଇବେ। ସେଥିରେ ଗୋଟେ ଗ୍ଲାସ୍‌ରେ ପାଣି ପକାଇ ହଳଦୀ ଏବଂ ଟିକେ ଲୁଣ ପକାଇବେ। ଘୋଡ଼ାଇ ଦେବା। ପାଣି ଫୁଟିଗଲେ, ସେଥିରେ ସମସ୍ତ ପରିବା (କଖାରୁ, ବାଇଗଣ, ଲାଉ,ମୂଳା) ପକାଇ ଘୋଡ଼ାଇ ଦେବା।

ପରିବା ସିଝିବା ଭିତରେ ଦହି ପ୍ରସ୍ତୁତ କରିବେ। ଦହିରେ ୨ ଚାମଚ ବେସନ ପକାଇ ଘାଣ୍ଟିଦେବେ। ବେସନ ବା ଚାଉଳ ଗୁଣ୍ଡ ବି ପକାଇପାରିବେ। ଦହିରେ ଟିକେ ଲୁଣ ଓ ପାଣି ଦେଇ ମିଶାଇ ଦିଅନ୍ତୁ।

ପରିବା ସିଝିଗଲା ପରେ ସେଥିରେ ଘାଣ୍ଟିଥିବା ଦହି ଢାଳନ୍ତୁ। ଏହାପରେ ଏହାକୁ ଘୋଡ଼ାଇ ଫୁଟାଇ ଦିଅନ୍ତୁ। ଏହି ପ୍ରସ୍ତୁତ ଦହି କାଞ୍ଜିକୁ ଫୁଟିବାକୁ ଦେବେ, ଫଳରେ ସେଥିରୁ ଦହିର ଗନ୍ଧ ଚାଲିଯିବ। ୧୦ରୁ ୧୫ ମିନିଟ୍‌ ଭଲକି ଫୁଟିବାକୁ ଦେବେ।

ଫୁଟିବା ପରେ ତାକୁ ଗ୍ୟାସ୍‌ରୁ ଓହ୍ଲାଇ ଆଉ ଗୋଟେ ପ୍ୟାନ୍‌ରେ ସୋରିଷ ତେଲ ପକାନ୍ତୁ। ତେଲରେ ଟିକେ ହେଙ୍ଗୁ ପକାନ୍ତୁ। ସଙ୍ଗେସଙ୍ଗେ ସୋରିଷ ପକାଇବା। ତା’ପରେ ଶୁଖିଲା ଲଙ୍କା, କଞ୍ଚା ଲଙ୍କାକୁ ଲମ୍ବା ଲମ୍ବା କାଟି ପକାନ୍ତୁ। ଏହାପରେ ଭୃସୁଙ୍ଗା ପତ୍ର ପକାଇ ଫୁଟାନ୍ତୁ। ଶେଷରେ ଏହି ଛୁଙ୍କକୁ ପ୍ରସ୍ତୁତ ହୋଇଥିବା ପରିବାରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଦହି କାଞ୍ଜି।

Comment