ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀବାସୀ ପାଇଁ ଏଥର ମଧ୍ୟ କୁଆଖାଇ ନଦୀ ପଠାରେ ହେବ ଭୁବନେଶ୍ୱର ବାଲିଯାତ୍ରା। ଚଳିତବର୍ଷ ଏହା ନଭେମ୍ବର ୧୨ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ।

କଟକ ବାଲିଯାତ୍ରା ଭଳି ଏଠାରେ କୁଆଖାଇ ନଦୀପଠାର ପଟିଆ ବନ୍ଧ କଡ଼ରେ ବାଲିଯାତ୍ରା ଆୟୋଜନ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏବର୍ଷ ଭୁବନେଶ୍ୱର ବାଲିଯାତ୍ରାରେ ୫ଶହ ଷ୍ଟଲ ଖୋଲିବ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ଏଥିମଧ୍ୟରେ ୧୦୦ଟି ଖାଦ୍ୟ ଷ୍ଟଲ ମଧ୍ୟ ରହିବ। ଅନ୍ୟ ସମସ୍ତ ଷ୍ଟଲମାନଙ୍କରେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ଓ ଖେଳଣା ସାମଗ୍ରୀ ବିକ୍ରି ହେବ।

ଲୋକମାନଙ୍କୁ କଟକ ବାଲିଯାତ୍ରା ଭଳି ଅନୁଭୂତି ଦେବା ପାଇଁ ଗତ ତିନିବର୍ଷ ଧରି ଭୁବନେଶ୍ୱରରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ଏହି ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଷ୍ଟଲ ସହ ଆକର୍ଷଣୀୟ ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକ ଉପଭୋଗ କରିପାରିବେ।

ପ୍ରତିଦିନ ପ୍ରାୟ ୧୦ହଜାର ଲୋକଙ୍କ ସମାଗମ ହେବ ବୋଲି ଆୟୋଜକ କିମିଟି ପକ୍ଷରୁ କୁହାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଲକ୍ଷ୍ୟ ରଖାଯାଉଛି। ବାଲିଯାତ୍ରା କମିଟି ପକ୍ଷରୁ ପ୍ରାୟ ୨ଶହ ସ୍ୱେଚ୍ଛାସେବୀଙ୍କୁ ନେଇ ଶାନ୍ତି ସୁରକ୍ଷା ବାହିନୀ ଗଠନ କରାଯାଇଛି। ଏହାସହ ୩୦ଟି ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Comment