ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବାଲିଯାତ୍ରା ଆୟୋଜନ ପାଇଁ ସବୁ ବିଭାଗର ସମନ୍ଵୟ ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି।

Tags: #Historicbaliyatra #cuttack #culture #odisha

Comment