ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲିଯାତ୍ରାକୁ ଆକର୍ଷଣୀୟ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଏନେଇ ରବିବାର ସକାଳେ ଏକ ବିଶାଳ ସାଇକେଲ ଏବଂ ରିକ୍ସା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କଟକ କାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବାସଭବନରୁ ଏହି ଶୋଭାଯାତ୍ରା ବାହାରି ବାଲିଯାତ୍ରା ପଡ଼ିଆକୁ ଯାଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ୍‌ ଜାଭେରୀ ଶୋଭାଯାତ୍ରାକୁ ଉଦ୍‌ଘାଟନ କରି ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ।

ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ରୋକିବା ତଥା ନିଜକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚାଳନା ଏକ ଉପଯୁକ୍ତ ମାଧ୍ୟମ ବୋଲି ଜଷ୍ଟିସ୍‌ ଜାଭେରୀ ଏହି ଅବସରରେ କହିଥିଲେ।

ଏହି ସାଇକେଲ ଓ ୫ ଶହରୁ ଅଧିକ ବ୍ୟକ୍ତି ଭାଗ ନେଇଥିବା ବେଳେ ଶୋଭାଯାତ୍ରା ପାଇଁ ‘ମୋ ସାଇକେଲ’ ପକ୍ଷରୁ ଦୁଇ ଶହ ଓ ବିଏମ୍‌ସି ପକ୍ଷରୁ ୧୫୦ ସାଇକେଲ ଯୋଗାଇ ଦିଆଯାଇଥିଲା।

ଚଳିତବର୍ଷ ବାଲିଯାତ୍ରାରେ କେବଳ ରିକ୍ସା ନୁହେଁ, ସାଇକଲ ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ୫ଶହ ସାଇକେଲ୍ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରର କ୍ୟାପିଟାଲ୍ ଅର୍ବାନ୍ ରିଜନ୍ ସଂସ୍ଥାଠାରୁ ସାଇକଲ ଅଣାଯିବ। ଏଥିରେ ଜିପିଆର୍‌ଏସ୍ ବ୍ୟବସ୍ଥା ରହିବ। ଯାହାଫଳରେ ସାଇକଲ ହଜିବା ଏବଂ ଚୋରି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ। ତେବେ ଓଡ଼ିଶାର କୌଣସି ମେଳାରେ ଯାତ୍ରୀଙ୍କ ପାଇଁ ପ୍ରଥମ ଥର ସାଇକଲ ବ୍ୟବସ୍ଥା ହେଉଥିବାରୁ ଏହାର ସୁବିଧା ଲୋକେ ଉଠାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Comment