ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା କୋଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ତାଙ୍କୁ ଆଜି କେନ୍ଦ୍ରାପଡ଼ା କୋର୍ଟରେ ହାଜର କରିଛି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପୋଲିସ୍ ପ୍ରମୋଦଙ୍କୁ ତାଙ୍କ ବାସଭବନରୁ ଉଠାଇନେଇଥିଲା। ତାଙ୍କୁ ପଚରାଉଚୁରା କରିଥିବାବେଳେ ସୋମବାର ପୋଲିସ୍ ତାଙ୍କୁ କୋର୍ଟରେ ହାଜର କରିଛି। ସୋସାଇଟର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବାର ସାଂଘାତିକ ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି। ସେ ଲଗାତାର ଭାବେ ସେହି ମହିଳାଜଣଙ୍କୁ ଫୋନକରି ଅଶ୍ଲୀଳ କଥାବାର୍ତ୍ତା ହେବା ସହ ତାଙ୍କୁ ମେସେଜ୍ କରୁଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଥିଲେ।

ମହିଳା ଜଣକ ଏନେଇ ସମସ୍ତ ପ୍ରମାଣ ପୋଲିସକୁ ଦେଇଛନ୍ତି ବୋଲି କହିଛନ୍ତି। ଏପରିକି ପ୍ରମୋଦ ତାଙ୍କ ଫାର୍ମହାଉସରେ ତାଙ୍କୁ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି।

Comment