ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର: ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଗତ ବର୍ଷ ଭଳି ଚଳିତ ବର୍ଷ ଦ୍ୱିତୀୟ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯିବ। ଏନେଇ ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ସଂଗୀତ, କଳା, ନୃତ୍ୟ, ସିନେମା, ସାମ୍ବାଦିକତା, କ୍ରୀଡ଼ା ଭଳି ମୋଟ ୨୦ଟି ବିଭାଗ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।
ଶୁଭ୍ରାଂଶୁ ପଣ୍ଡା କହିଛନ୍ତି,”୪୫ବର୍ଷରୁ ଅଧିକ ବୟସର ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ ରହିଥିବା ୨୦ ଜଣ ପ୍ରତିଭା ଓ ଅନୁଷ୍ଠାନକୁ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରେ ବାହାରେ ରହୁଥିବା ଓଡ଼ିଆ କିମ୍ବା ଓଡ଼ିଶାରେ ଦୀର୍ଘ ୨୦ବର୍ଷରୁ ଅଧିକ କାର୍ଯ୍ୟକାଳ କରି ଉଦାହରଣ ସାଜିଥିବା ବ୍ୟକ୍ତି ବା ଅନୁଷ୍ଠାନ ଏହି ସମ୍ମାନ ପାଇଁ ଆବେଦନ କରିପାରିବେ।”
ଆବେଦନ ପାଇଁ www.odishastory.com ୱେବ୍ସାଇଟ୍କୁ ଯାଇ ନୋମିନେସନ୍ ଫର୍ମ ଡାଉନଲୋଡ୍ କରିପାରିବେ। ନୋମିନେସନ୍ ଫର୍ମ ପୂରଣ କରି ଏହାକୁ odishaexcellenceaward@gmail.comକୁ ଇମେଲ୍ କିମ୍ବା ଓଡ଼ିଆ ମିଡିଆର ଠିକଣାରେ ଡାକ କିମ୍ବା କୋରିଅର ଯୋଗେ ପଠାଇପାରିବେ।
ଓଡ଼ିଆ ମିଡିଆର ଠିକଣା ହେଉଛି, ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍, ଏନ୍-୬/ ୨୭୭, ଆଇଆର୍ସି ଭିଲେଜ୍, ଭୁବନେଶ୍ୱର-୭୫୧୦୧୫, ଫୋନ୍-୦୬୭୪୨୩୬୦୨୦୩।
ଫର୍ମ ଦାଖଲର ଶେଷ ତାରିଖ ହେଉଛି ୧୭ ନଭେମ୍ବର ୨୦୧୯।
ବିଗତ ବର୍ଷର ପୁରସ୍କୃତ ବ୍ୟକ୍ତିତ୍ୱଙ୍କୁ ନେଇ ଗଠିତ ଏକ ବିଚାରକମଣ୍ଡଳୀ ଦ୍ୱାରା ଚୟନ କରାଯାଇ ଚୂଡ଼ାନ୍ତ ପୁରସ୍କାର ତାଲିକା ପ୍ରକାଶ କରାଯିବ। ଏନେଇ ଅଧିକ ସୂଚନା ପାଇଁ ଓଡ଼ିଆ ମିଡିଆର ଲୋକ ସମ୍ପର୍କ ସହ ପ୍ରବନ୍ଧକ ସୂଚୀସ୍ମିତା ସାହୁଙ୍କ ସହ ୭୦୦୮୩୭୬୫୭୩ ନମ୍ବରରେ ଯୋଗାଯୋଗ କରିପାରିବେ।
ଆସନ୍ତା ଅଭେମ୍ବର ୨୮ ତାରିଖରେ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।