ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ “ଆଡ୍‌ଭାନ୍‌ସେସ୍‌ ଅଫ୍ ଇଲେକ୍ଟ୍ରିକାଲ୍ କଣ୍ଟ୍ରୋଲ ଆଣ୍ଡ ସିଗ୍‌ନାଲ୍ ସିଷ୍ଟମ୍ସ-୨୦୧୯” ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୁଜିତ ବାନାର୍ଜୀ ଯୋଗ ଦେଇ ଗବେଷଣାରତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସେ କହିଛନ୍ତି, ‘‘କେବଳ ଡିଗ୍ରୀ ପାଇବା ପାଇଁ ଜ୍ଞାନ ଆହରଣ ନ କରି ଏହି ଜ୍ଞାନକୁ କିଭଳି ଭାବେ ପ୍ରୟୋଗ କରାଯିବ ଓ ବ୍ୟବହାର ଯୋଗ୍ୟ ହୋଇପାରିବ ସେ ଦିଗରେ ମନୋନିବେଶ କର।’’

ପ୍ରଯୁକ୍ତି ବିଦ୍ୟା ବର୍ତ୍ତମାନ ପ୍ରମୁଖ ଭୂମିକା ନେଇଥିବା ବେଳେ ଉଦ୍ଭାବନ ଏବଂ ଏହାର ପ୍ରୟୋଗ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି ବୋଲି ଡକ୍ଟର ସୁଜିତ ବାନାର୍ଜୀ ମତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here