ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଟରନେଟ୍ ଦୁନିଆର ସର୍ବଶ୍ରେଷ୍ଠ କମ୍ପାନି ଗୁଗୁଲ ଏହାର ଇଣ୍ଡିଆ କଣ୍ଟ୍ରୀ ମ୍ୟାନେଜର ଭାବେ ସଞ୍ଜୟ ଗୁପ୍ତାଙ୍କୁ ନିଯୁକ୍ତ କରିଛି। ଏହା ପୂର୍ବରୁ ସଞ୍ଜୟ ଗୁପ୍ତା ଷ୍ଟାର ଏବଂ ଡିଜ୍ନୀ କମ୍ପାନିର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସଞ୍ଜୟ ଗୁପ୍ତାଙ୍କୁ ଗୁଗୁଲ ଇଣ୍ଡିଆର ନୂଆ ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ସେହିପରି ତାଙ୍କୁ ଗୁଗୁଲ ଇଣ୍ଡିଆର ସେଲ୍ସ ଏବଂ ଅପରେସନର ଉପସଭାପତି ଭାବେ ମଧ୍ୟ ନିଯୁକ୍ତି କରାଯାଇଛି।
ଏନେଇ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ସଞ୍ଜୟ ଗୁପ୍ତା ଭାରତର ଗୁଗୁଲ ଇଣ୍ଟରନେଟ୍ ଇକୋସିଷ୍ଟମରେ ନିଜର ଯୋଗଦାନ କରିବେ। ସେହିପରି ଭାରତରେ ଗୁଗୁଲର ବିଜିନେସ କିପରି ଭାବେ ବଢ଼ାଯିବ, ସେ ଦିଗରେ ସଞ୍ଜୟ ଗୁପ୍ତା କାମ କରିବେ।
ଆସନ୍ତା ବର୍ଷ ଆରମ୍ଭରୁ ସଞ୍ଜୟ ଗୁପ୍ତା ନିଜ କାର୍ଯ୍ୟଭାର ସମ୍ଭାଳିବେ। ସଞ୍ଜୟ ଗୁରଗାଁୱ ଏବଂ ହାଇଦ୍ରାବାଦ ଟିମ୍ ସହ କାମ କରିବେ ବୋଲି ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ସଞ୍ଜୟ ଗୁପ୍ତା ଷ୍ଟାର ଏବଂ ଡିଜ୍ନୀ କମ୍ଫାନିର ମ୍ୟାନେଜିଂ ଡାଇରେକ୍ଟର ରହି ସାରିଛନ୍ତି। ଭାରତରେ ହଟ୍ଷ୍ଟାର ଆପ୍ର ପ୍ରଚାର ପ୍ରାସାର ହେବା ପଛରେ ସଞ୍ଜୟ ଗୁପ୍ତାଙ୍କ ବଳିଷ୍ଠ ଅବଦାନ ରହିଛି। ଏହି ନୂଆ ଦାୟିତ୍ୱ ବିଷୟରେ Google APACର ସଭାପତି ସ୍କଟ୍ ବିମଣ୍ଟ୍ ସୂଚନା ଦେଇଛନ୍ତି।
ନୂଆ ନିଯୁକ୍ତି ପାଇବା ପରେ ସଞ୍ଜୟ ଗୁପ୍ତା ନିଜ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଆଗାମୀ ଦିନରେ ଭାରତ ସାରା ଦୁନିଆରେ ଇନୋଭେସନ ହବ୍ ହେବାକୁ ଯାଉଛି। ଏହି ସମୟରେ ମୁଁ ଗୁଗଲ ଇଣ୍ଡିଆରେ ନିୟୁକ୍ତି ପାଇବା ଏବଂ ଭାରତର ଡିଜିଟାଲ ଯାତ୍ରାରେ ମୋର ସହଯୋଗ ପାଇଁ ମୁଁ ଅତ୍ୟନ୍ତ ଉତ୍ସାହିତ ଅଛି।”














