ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲିରେ ଯୋଗଦେବେ ଭାରତ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଗୁରୁବାର ଏନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ସୂଚନା ଦେଇଛନ୍ତି।

ଆସନ୍ତା ଡିସେମ୍ବର ମାସରେ ଏହି ଶିକ୍ଷାନୁଷ୍ଠାନ ନିଜର ୭୫ ବର୍ଷ ପୂରଣ କରିବ। ସେଥିପାଇଁ କଲେଜରେ  ପ୍ଲାଟିନମ୍ ଜୁବୁଲି ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ସାକ୍ଷାତ କରିଛନ୍ତି।

ଉପ-ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମଧ୍ୟ ସ୍ୱୀକୃତି ଦେଇଛନ୍ତି ବୋଲି ସୂଚନା ମିଳିଛି।

Comment