ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ବାଂଲାଦେଶ ତୃତୀୟ ଟି-୨୦ରେ ବାଂଲାଦେଶ  ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଭାରତ ପକ୍ଷରୁ ଦୁଇ ଓପନର ଶିଖର ଧଓ୍ଵନ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିବେ।

ଭାରତ ଓ ବାଂଲାଦେଶ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ରବିବାର ନାଗପୁରରେ ଖେଳାଯାଉଛି। ଦୁଇ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ଭଳି ହେବ। କାରଣ ଏହି ମ୍ୟାଚରେ ଯେଉଁ ଦଳ ହାରିବ ସେ ସିରିଜ୍ ହାତଛଡ଼ା କରିବ।

ପ୍ରଥମ ମ୍ୟାଚରେ ବାଂଲଦେଶ ଭାରତକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚର ପ୍ରତିଶୋଧ ନେଇଥିଲା। ଫଳରେ ବର୍ତ୍ତମାନ ସିରିଜ ୧-୧ରେ ବରାବର ଅଛି। ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ ସେହି ଦଳ ସିରିଜ୍ ବିଜୟୀ ହେବ।

Comment