ଓଡ଼ିଶାଲାଇଭ୍ ବ୍ୟୁରୋ

ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ପୁଣି ଆଉ ଏକ ରେକର୍ଡ କରିପାରନ୍ତି ଓପନର ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ସେ ୪୦୦ଛକା ମାରିବାର ରେକର୍ଡ କରିପାରନ୍ତି।ରବିବାର ସନ୍ଧ୍ୟାରେ ଭାରତ ଓ ବାଂଲାଦେଶ ସିରିଜର ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ଯଦି ରୋହିତ ତାଙ୍କ ଇଂନିସରେ ୨ଟି ଛକା ମାରନ୍ତି, ତେବେ ସେ ଏହି ବିରଳ ରେକର୍ଡ କରିବେ। ବର୍ତ୍ତମାନ ସୁଦ୍ଧା ରୋହିତଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ୍ ୩୯୮ଟି ଛକା ମାରିସାରିଛନ୍ତି। ଏହି ଇଂନିସରେ ସେ ଆଉ ଦୁଇଟି ଛକା ମାରିଲେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୪୦୦ଛକା ପୂରଣ କରିବେ।

ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ ଓ ପାକିସ୍ତାନର ସାହିଦ୍ ଆଫ୍ରିଦି ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି।

Comment