ଓଡ଼ିଶାଲାଇଭ୍ ବ୍ୟୁରୋ

Deepak Chahar of India reacts during the 3rd T20I match between India and South Africa held at the M Chinnaswamy Stadium in Bangalore on the 22nd September 2019ରବିବାର ତୃତୀୟ ଟି-୨୦କୁ ଜିତିବା ସହ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ କବଜା କରିଛି ଟିମ୍ ଇଣ୍ଡିଆ। ଭାରତ ଏହି ସିରିଜକୁ ୨-୧ରେ ଜିତିନେଇଛି। ନାଗପୁରରେ ଖେଳାଯାଇଥିବା ଏହି ତୃତୀୟ ଟି-୨୦ରେ ଭାରତୀୟ ଦଳର ଖେଳାଳିମାନେ ଅନେକ ରେକର୍ଡ କରି ସିରିଜ୍‌ କବ୍‌ଜା କରିଛନ୍ତି।

ରବିବାର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଦୀପକ ଚହର ପ୍ରଥମ ଭାରତୀୟ ବୋଲର ଭାବେ ଅନ୍ତର୍ଜାତୀୟ ଟି-୨୦ରେ ହାଟ୍ରିକ୍ ୱିକେଟ୍ ନେଇଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ବୋଲର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ହାଟ୍ରିକ ନେଇ ନଥିଲେ।

Deepak Chahar of India reacts during the 3rd T20I match between India and South Africa held at the M Chinnaswamy Stadium in Bangalore on the 22nd September 2019

ସେହିପରି ଏହି ମ୍ୟାଚରେ ଚହର ୩.୨ ଓଭରରେ ମାତ୍ର ୭ ରନ୍ ଦେଇ ମୋଟ୍ ୬ଟି ୱିକେଟ୍ ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଏହା ସବୁଠାରୁ କଞ୍ଜୁସ୍ ବୋଲିଂର ରେକର୍ଡ। ଏହା ପୂର୍ବରୁ ଏତେ କମ୍ ରନ୍ ଦେଇ କୌଣସି ବୋଲର ଏତେ ୱିକେଟ୍ ନେଇନାହାନ୍ତି।

Deepak Chahar of India reacts during the 3rd T20I match between India and South Africa held at the M Chinnaswamy Stadium in Bangalore on the 22nd September 2019

ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଖେଳାଳି ଶିଭମ ଦୁବେ ନିଜ କ୍ୟାରିଅରର ପ୍ରଥମ ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ସେ ମୋଟ୍ ୩ଟି ୱିକେଟ୍ ପାଇଥିଲେ।

Comment