ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହି ସ୍ମାର୍ଟଫୋନର ନାଁ ହେଉଛି ଭିଭୋ ଏସ୍୫। ଚୀନ୍ ସୋସିଆଲ ମିଡିଆ ‘ୱିବୋ’ରେ କମ୍ପାନି ପକ୍ଷରୁ ଏହାର ଟିଜର ରିଲିଜ ହୋଇଯାଇଛି। ଆସନ୍ତା ନଭେମ୍ବର ୧୪ରେ ଭିଭୋ ଏସ୍୫ ସ୍ମାର୍ଟଫୋନକୁ ଲଞ୍ଚ୍ କରାଯିବ ବୋଲି ଶୁଣିବାକୁ ମିଳିଛି।
ଭିଭୋ ଏସ୍୫ର ଟିଜର ମୂତାବିକ, ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ମିଳିବ। ସେଡିପରି ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଏଥିରେ ରହିଥିବା ସୂଚନା ମିଳିଛି। ଏଥିରେ କ୍ୱାଡ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ପାରମ୍ପରିକ ସ୍ମାର୍ଟଫୋନଗୁଡ଼ିକରୁ ଏହାର କ୍ୟାମେରା ସେଟ୍ଅପ୍ ଅଲଗା ରହିଛି।

ଏହି ସ୍ମାର୍ଟଫୋନର ସେଲ୍ଫି କ୍ୟାମେରା ପାଇଁ ପଞ୍ଚ୍ ହୋଲ୍ ଡିସ୍ପ୍ଲେ ଦିଆଯାଉଛି, ଯାହା ଓଏଲ୍ଇଡି ବିଶିଷ୍ଟ। ଭିଭୋ ଏସ୍୫ ସ୍ମାର୍ଟଫୋନରେ କ୍ୱାଲ୍କମ୍ ସ୍ନାପଡ୍ରାଗନ ୭୧୨ ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୮ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଦିଆଯିବ।
ଏଥିରେ ୟୁଏସ୍ବି ଟାଇପ୍ ସି ଚାର୍ଜର ସହ ୪,୦୧୦ ଏମ୍ଏଏଚ୍ର ବ୍ୟାଟେରୀ ଦିଆଯିବ। ଭିଭୋ ଏସ୍୫ ସ୍ମାର୍ଟଫୋନର ମୂଲ୍ୟକୁ ନେଇ କମ୍ପାନି ପକ୍ଷରୁ ଅନ୍ୟ କୌଣସି ଫିଚର ବିଷୟରେ ସୂଚନା ଦିଆଯାଇନାହିଁ। ନଭେମ୍ବର ୧୪ରେ ଏହି ସ୍ମାର୍ଟଫୋନ୍ରେ ଚୀନ୍ରେ ଲଞ୍ଚ୍ ହେବାକୁ ଥିବା ବେଳେ ଏହା ଆଗାମୀ ଦିନରେ ଭାରତକୁ ଆସିପାରେ।














