ଓଡ଼ିଶାଲାଇଭ୍ ବ୍ୟୁରୋ

ନକଲି ସାର୍ଟିଫିକେଟ ଦେଇ ୩ ବର୍ଷ ହେଲା ଡାକ୍ତର ସାଜିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ରାଉରକେଲା ପୋଲିସ୍। ବ୍ୟକ୍ତି ଜଣକ ନକଲି ସାର୍ଟିଫିକେଟ ଦେଇ ରାଉରକେଲା ନୁଆଗାଁର ଏକ ହସ୍ପିଟାଲରେ ଚାକିରି କରୁଥିଲେ। ଏନେଇ ଖବର ପାଇବା ପରେ ପୋଲିସ ତାଙ୍କୁ ଘରୁ ଉଠାଇ ନେଇଥିଲା।
ସୁନ୍ଦରଗଡ଼ ଟାଉନ ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ନକଲି ଡାକ୍ତରଙ୍କ ନାଁ ହେଉଛି ପଦ୍ମନାଭନ ମୁଖୀ କାରୁଆ।

















