ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓରଫ ସନ୍ଦୀପ ଆଚାର୍ଯ୍ୟ। କଟକ ମାଲଗୋଦାମ ପୋଲିସ ବୁଧବାର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା।

୨୦୧୪ରେ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପୋଲିସ ରାଜାଙ୍କୁ ୨୦୦୮ ମସିହାରେ ଗୋଆରୁ ଗିରଫ କରିଥିଲା। ୨୦୧୧ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ୨୦୧୭ ମାର୍ଚ୍ଚ ମାସରେ ରାଜା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହେଲେ କୋର୍ଟ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ପରେ ରାଜା ଆଚାର୍ଯ୍ୟଙ୍କ ଓକିଲ ସୁପ୍ରିମ୍‌କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ରାଜାଙ୍କୁ ସୁପ୍ରିମ୍‌କୋର୍ଟ ଜାମିନି ଦେଇଥିଲା।

ହେଲେ ଏସ୍‌ଟି କେସ୍‌ ନମ୍ବର ୨୦୩/୦୪ ଏନ୍‌ବିଡବ୍ଲ୍ୟୁରେ ରାଜାଙ୍କୁ ପୁଣି ଥରେ ପୋଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here