ଓଡ଼ିଶାଲାଇଭ୍ ବ୍ୟୁରୋ

ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା। ଉପଜିଲ୍ଲାପାଳଙ୍କୁ ତାଲା ପକାଇଦେଲେ ମହିଳା।

ବଲାଙ୍ଗିର ଜିଲ୍ଲା ମୁରସୁଣ୍ଡ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ମୁରସୁଣ୍ଡ ଗାଁର ମହିଳାମାନେ ଉପ-ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ତାଲା ପକାଇ ଦେଇଛନ୍ତି। ପୋଲିସ ବୁଝାସୁଝା କରିଥିଲେ ମଧ୍ୟ ମହିଳା କିଛି ଶୁଣି ନଥିଲେ।

ମୁରସୁଣ୍ଡ ଗାଁର ଯୋଗ୍ୟ ହିତାଧିକାରୀ ଇନ୍ଦିରା ଆବାସ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ହିତାଧିକାରୀଙ୍କ ନାଁରେ ନକଲି ବିଲ୍‌ କରି ଟଙ୍କା ଉଠା ଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଗ୍ରାମବାସୀ ବିଡିଓଙ୍କ ନିକଟରେ ଫେରାଦ ହୋଇଥିଲେ।

ବାରମ୍ବାର ଅଭିଯୋଗ ଆସିବା ପରେ ଉପ-ଜିଲ୍ଲାପାଳ ଘଟଣାର ସତ୍ୟତା ଜାଣିବା ପାଇଁ ମୁରସୁଣ୍ଡ ଗାଁକୁ ଗୁରୁବାର ଆସିଥିଲେ। ମିଛ ବିଲ୍‌ କରି ଟଙ୍କା ଉଠା ଯାଇଥିବା ଘରଗୁଡ଼ିକଚ ଯାଞ୍ଚ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ହେଲେ ଅଳ୍ପ କିଛି ଘର ଦେଖି ଉପ-ଜିଲ୍ଲାପାଳ ଗାଁରୁ ଫେରି ଆସିବାକୁ ଉଦ୍ୟମ କରିବା ବେଳେ ମହିଳାମାନେ ତାଙ୍କୁ ମନ୍ଦିରର ଗୋଟିଏ ଘରେ ପୂରାଇ ତାଲା ଠୁଙ୍କି ଦେଇଥିଲେ।

Comment