ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪ ଜିଲ୍ଲା ବୁଲି କଲେ ସମୀକ୍ଷା
  • ଅଧିକ ଫସଲ ପ୍ରଭାବିତ
  • ଆସନ୍ତା ସପ୍ତାହରେ ଏସ୍‌ଆରସି ଦେବ ରିପୋର୍ଟ
  • ତାଲିକା ପ୍ରସ୍ତୁତ ପରେ ୭ ଦିନ ପଞ୍ଚାୟତରେ ଲାଗିବ

ରାଜ୍ୟରେ ବୁଲ୍‌ବୁଲ୍‌ କ୍ଷୟକ୍ଷତିର ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଏସ୍‌ଆରସି, ଶକ୍ତି ସଚିବ, କୃଷି ସଚିବ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଟିମ୍‌ ୪ଟି ଜିଲ୍ଲା ଗସ୍ତ ପରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ଶେଷ ହେବା ପରେ କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ସହେଲି ଘୋଷ ରାୟ କହିଛନ୍ତି, “ଉପକୂଳ ଅଞ୍ଚଳରେ ବହୁତ ଧାନ ଫସଲ ନଷ୍ଟ ହୋଇଛି। ବିଦ୍ୟୁତ ସେବା ସହ ବହୁତ ଘର ମଧ୍ୟ ଭାଙ୍ଗିଛି। ଭଦ୍ରକ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ଦେବାକୁ କହିଛୁ।”

ଆସନ୍ତା ସପ୍ତାହ ସୁଦ୍ଧା କ୍ଷୟକ୍ଷତିକୁ ନେଇ କେନ୍ଦ୍ରକୁ ରିପୋର୍ଟ ଦିଆଯିବ। କୃଷି ଓ ରାଜସ୍ଵ ବିଭାଗ ମିଳିତ ଭାବେ ଫସଲ କ୍ଷତି ଆକଳନ କରିବେ। କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ ପରେ ୭ ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ। ତାଲିକା ଲାଗିବାର ୭ ଦିନ ମଧ୍ୟରେ ଅଭିଯୋଗ ଗ୍ରହଣ କରାଯିବ ବୋଲି ବୈଠକ ପରେ ଏସଆର୍‌ସି ସୂଚନା ଦେଇଛନ୍ତି।

ବୁଲ୍‌ବୁଲ୍‌ କ୍ଷୟକ୍ଷତିର ସମୀକ୍ଷା ପାଇଁ ୮ ଜଣିଆ କେନ୍ଦ୍ରୀୟ ଟିମ୍‌ ୧୪ ତାରିଖରେ ଓଡ଼ିଶା ଆସିଥିଲେ। ସେମାନେ ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରପଡ଼ା ଜିଲ୍ଲା ବୁଲି ସମୀକ୍ଷା କରିଥିଲେ।

Comment