ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ କୋଲକାତାର ଇଡେନ୍ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବ। ଏହି ଟେଷ୍ଟକୁ ଦିବାରାତ୍ର ଟେଷ୍ଟ କରିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ନଭେମ୍ବର ୨୨ ତାରିଖରୁ ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବ।

ତେବେ ଏହି ମ୍ୟାଚରେ କେତୋଟି ନୂଆ କଥା ଦେଖିବାକୁ ମିଳିବ

ଅଲଗା ସମୟ ମ୍ୟାଚ୍ ଖେଳାଯିବ

ସାଧାରଣତଃ ଗୋଟିଏ ଟେଷ୍ଟ ମ୍ୟାଚ୍ ସକାଳ ୧୦ଟାରୁ ଆରମ୍ଭ ହୋଇ ୫ଟା ସୁଦ୍ଧା ଶେଷ ହୋଇଥାଏ। ତେବେ ଏହି କୋଲକାତା ଟେଷ୍ଟ ଦିବାରାତ୍ର ହେବା କାରଣରୁ ଦିନ ୧ଟାରୁ ଆରମ୍ଭ ହୋଇ ରାତି ୮ଟାରେ ଶେଷ ହେବ। ପ୍ରଥମ ସେସନ୍ ଦିନ ୧ଟାରୁ ଆରମ୍ଭ ହୋଇ ୩ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ସେସନ୍ ୩.୪୦ରୁ ୫.୪୦ ଓ ଶେଷ ସେସନ୍ ସନ୍ଧ୍ୟା ୬ଟାରୁ ରାତି ୮ ପର୍ଯ୍ୟନ୍ତ ଚାଲିବ।

ଦର୍ଶକ ସଂଖ୍ୟା

ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି କୁହାଯାଉଛି। ତେବେ ଏହି ଡେ-ନାଇଟ୍ ଟେଷ୍ଟକୁ ୫୦ ହଜାର ଦର୍ଶକ ଦେଖିବେ ବୋଲି ବେଙ୍ଗଲ କ୍ରିକେଟ୍ କହିଛି। ଡେ-ନାଇଟ୍ ଟେଷ୍ଟକୁ ନେଇ ଭାରତୀୟ ପ୍ରଶଂସକଙ୍କ ପାଖରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ପିଙ୍କ୍ ବଲରେ ଖେଳାଯିବ ମ୍ୟାଚ୍

ଏହି ଦିବାରାତ୍ର ଟେଷ୍ଟଟି କୋକାବୁରା କମ୍ପାନିର ପିଙ୍କ୍ ବଲରେ ଖେଳାଯିବ।  ଆଇସିସିର ନିୟମ ଅନୁସାରେ ପ୍ରତ୍ୟେକ ଦିବାରାତ୍ର ଟେଷ୍ଟ ଏହି ପିଙ୍କ୍ ବଲରେ ହିଁ ଖେଳାଯିବ। ପୂର୍ବରୁ ସାଧାରଣ ଟେଷ୍ଟ ମ୍ୟାଚ୍ ନାଲି ବଲରେ ଖେଳାଯାଉଥିଲା।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖିବେ ମମତା ବାନାର୍ଜୀ

ଏହି ମ୍ୟାଚରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଯୋଗଦେବେ। ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଏହି ଦୁଇଜଣ ସାଙ୍ଗ ହୋଇ ଇଡେନର ଘଣ୍ଟି ବଜାଇବା ପରେ ମ୍ୟାଚ୍ ଆରମ୍ଭ ହେବ।

Comment