ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦ୍ୱିତୀୟ ଦିନରେ ପ୍ରାଧାନ୍ୟ ବିସ୍ତାର କରିଛି ଟିମ୍ ଇଣ୍ଡିଆ। ଏହାସହ ପ୍ରଥମ ଇଂନିସରେ ଦଳ ପାଖରେ ୪ ୱିକେଟ୍ ବାକିଥାଇ ଦଳ ୩୪୩ ରନ୍ ଆଗରେ ରହିଛି।

ଶୁକ୍ରବାର ଟିମ୍ ଇଣ୍ଡିଆ ଓପନର ମୟଙ୍କ ଅଗ୍ରୱାଲ୍ ନିଜ ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଦ୍ୱି-ଶତକ ହାସଲ କରିଛନ୍ତି। ସେ ମୋଟ୍ ୨୪୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ତାଙ୍କ ସହ ରାହାଣେ, ଜାଡେଜା ଓ ପୂଜାରା ମଧ୍ୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶୁକ୍ରବାର ଟିମ୍ ଇଣ୍ଡିଆ ପ୍ରଥମ ଇଂନିସରେ ମୋଟ୍ ୬ ୱିକେଟ୍ ହରାଇ ୪୯୩ ରନ୍ କରିଛି। ଫଳରେ ପ୍ରଥମ ଇଂନିସରେ ମାତ୍ର ୧୫୦ରେ ଅଲଆଉଟ୍ ହୋଇଥିବା ବାଂଲାଦେଶଠାରୁ ଦଳ ୩୪୩ ରନ୍ ଆଗରେ ରହିଛି।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାଂଲା ବୋଲରମାନେ ଠିକ୍ ଭାବେ ଟକ୍କର ଦେଇପାରିନାହାନ୍ତି। କେବଳ ଅବୁ ଜୟେଦଙ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ବାଂଲା ବୋଲର ଭାରତୀୟ ବ୍ୟାଟ୍ସମାନଙ୍କ ବ୍ୟାଟିଂ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି।

Comment