ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦ୍ୱି-ଶତକ ହାସଲ କରିଛନ୍ତି ଓପନର ମୟଙ୍କ ଅଗ୍ରୱାଲ। ମୟଙ୍କ ୩୦୪ଟି ବଲରେ ନିଜର ଦ୍ୱି-ଶତକ ପୂରଣ କରିଛନ୍ତି। ଏହାସହ ସେ ତାଙ୍କ କ୍ୟାରିୟରର ଦ୍ଵିତୀୟ ଦ୍ଵିଶତକ ହାସଲ କରିଛନ୍ତି।

ଟେଷ୍ଟ କ୍ରିକେଟରେ ଏହା ତାଙ୍କର ଦ୍ୱିତୀୟ ଦ୍ୱି-ଶତକ। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଦ୍ୱି-ଶତକ ହାସଲ କରିଥିଲେ। ଶୁକ୍ରବାର ମୟଙ୍କ ମୋଟ୍ ୨୫ଟି ଚୌକା ଓ ୫ଟି ଛକା ବଳରେ ଏହି ଦ୍ୱି-ଶତକ ହାସଲ କରିଛନ୍ତି।

ଇନ୍ଦୋରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଥିଲା। ପରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ କରିଛନ୍ତି। ଦଳ ପକ୍ଷରୁ ଚେତେଶ୍ଵର ପୂଜାରା ୫୪ ରନ ଓ ଆଜିଙ୍କ୍ୟ ରାହାଣେ ୮୬ ରନ କରିଛନ୍ତି।

Comment