ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତ ଭାବି ପରିବାର ଲୋକ ନେଇ ଯାଇଥିଲେ ମଶାଣି। ଶବ ପୋଡ଼ା ହେବ ପାଇଁ ଜୁଇ ପ୍ରସ୍ତୁତ ହୋଇ ସାରିଥିଲା। ହେଲେ ହଠାତ୍‌ ଶବରେ ଆସିଲା ଜୀବନ। ହାତ, ଗୋଡ଼ ହଲୁଥିବାର ମେଡିକାଲ ନେଇଯାଇଥିଲେ ପରିବାର ଲୋକ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢ଼ୁଙ୍କାପଡ଼ା ପଞ୍ଚାୟତର କଣିଆପଲି ଗାଁରେ।

କଣିଆପଲି ଗାଁର ଶତ୍ରୃଘ୍ନ ବେହେରାଙ୍କ ଝିଅ ଦୁଃଖି ବେହେରା। ଦଃଖି ଆଜି ସକାଳୁ ନଉଠିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। ସେମାନ ଦଃଖିକୁ ମୃତ ଭାବି ସଂସ୍କାର କରିବା ଲାଗି ମଶାଣି ନେଇ ଯାଇଥିଲେ।

ଶ୍ମଶାସନରେ ଜୁଇ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଦୁଃଖିର ହାତ, ଗୋଡ଼ ହଲିବାକୁ ଲାଗିଥିଲା। ପରେ ପରିବାର ଲୋକ ତାଙ୍କୁ ପୋଲସରା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Comment