ଓଡ଼ିଶାଲାଇଭ୍ ବ୍ୟୁରୋ

ସିଆଇଏସ୍ଏଫରେ ହେଡ୍‌ କନଷ୍ଟେବଲ ପଦବୀ ପାଇଁ ଚାକିରି ପାଇଁ ସୁଯୋଗ। ଡିସେମ୍ବର ୧୭ ଯାଏଁ କରିପାରିବେ ଆବେଦନ।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)ରେ ବାହାରିଲା ନିଯୁକ୍ତି। ୩୦୦ ହେଡ୍‌ କନଷ୍ଟେବଲ ପଦବୀ ପାଇଁ ଏହି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଡିସେମ୍ବର ୧୭ ଯାଏଁ ଆବେଦନ କରିପାରିବେ। ତେବେ କେବଳ ସ୍ପୋର୍ଟସ୍‌ କୋଟା ଧାରୀ ବ୍ୟକ୍ତିମାନେ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ।

ବୟସ ସୀମା

ସିଆଇଏସ୍‌ଏଫ୍‌ରେ ହେଡ୍‌ କନଷ୍ଟେବଲ ପାଇଁ ଆବେଦନକାରୀଙ୍କ ବୟସ ୨୦୧୯ ଅଗଷ୍ଟ ମାସ ସୁଦ୍ଧା ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ବୟସ କୋହଳ ଥିବାବେଳେ ଓବିସି ପ୍ରାର୍ଥୀଙ୍କ ପାଇଁ ୪ ବର୍ଷ ବୟସ କୋହଳ ଦିଆଯାଇଛି।

ଯୋଗ୍ୟତା

ହେଡ୍‌ କନଷ୍ଟେବଲ ପଦ ପାଇଁ ପ୍ରାର୍ଥୀ ଅନୁନ୍ୟ +୨ ପାସ୍ କରିବା ଆବଶ୍ୟକ। ଏଥିସହିତ କୌଣସି ଏକ କ୍ରୀଡ଼ାରେ ରାଜ୍ୟ ତଥା ଦେଶକୁ ପ୍ରତିନିଧିତ୍ୱ କରିଥିବା ଆବଶ୍ୟକ। ଆଥ୍‌ଲେଟିକ୍ସ, ବକ୍ସିଂ, ବାସ୍କେଟ୍‌ ବଲ୍‌, ଜିମ୍‌ନାଷ୍ଟିକ୍‌, ଫୁଟ୍‌ବଲ୍‌, ହକି, ଜୁଡୋ, କବାଡି, ସୁଟିଂ, ଭଲି ବଲ୍‌, ସ୍ୱିମିଂ, ୱେଟ୍ ଲିଫ୍ଟିଂ, କୁସ୍ଥି, ହ୍ୟାଣ୍ଡ ବଲ୍‌, ଟାୟକୁଣ୍ଡ୍‌ ଭଳି କ୍ରୀଡ଼ାରେ ଆବେଦନକାରୀଙ୍କ ସ୍ପୋର୍ଟସ୍‌ କୋଟା ଥିବା ଆବଶ୍ୟକ।

ଆବେଦନ ପକ୍ରିୟା ଫି’ର ପରିମାଣ

ସିଆଇଏସ୍‌ଏଫ୍‌ ରିକ୍ରୁମେଣ୍ଟ୍‌ ୱେବସାଇଟ୍ https://cisfrectt.in/ ଯାଇ  ପ୍ରାର୍ଥୀ ହେଡ୍‌ କନଷ୍ଟେବଲ ପଦ ପାଇଁ ଆବେଦନ  କରିପାରିବେ।

ଏସ୍‌ସି/ଏସଟି ଓ ମହିଳାମାନଙ୍କ ପାଇଁ ଆବେଦନ କରିବାରେ କୌଣସି ଫି ଦେବାକୁ ପଡ଼ିବନାହିଁ। ଅନ୍ୟମାନଙ୍କ ପାଇଁ ଏଥଇପାଇଁ ୧୦୦ ଟଙ୍କା ଫି’ ପୋଷ୍ଟାଲ ଅର୍ଡର କିମ୍ବା ଡିମାଣ୍ଡ ଡ୍ରାଫ୍ଟ ଦେବାକୁ ପଡ଼ିବ।

ଶେଷ ତାରିଖ

ହେଡ୍‌ କନଷ୍ଟେବଲ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୧୭। ହେଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ପ୍ରାର୍ଥୀମାନେ ଡିସେମ୍ବର ୨୪ ଯାଏଁ ଆବେଦନ କରିପାରିବେ।

ନୋଟିଫିକେସନ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

Comment