ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୁ ଜନତା ଦଳ (ବିଜେଡି) ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରଶଂସା କରିଛନ୍ତି। ରାଜ୍ୟସଭାର ୨୫୦ତମ ଅଧିବେଶନକୁ ଉଦ୍‌ବୋଧନ ଦେବା ଅବସରରେ ମୋଦୀ ବିଜେଡି ଓ ଏନ୍‌ସିପି ସାଂସଦମାନଙ୍କୁ ପ୍ରଶଂସା କରିଛନ୍ତି।

‘‘ଏନ୍‌ସିପି ଓ ବିଜେଡି ସାଂସଦ ଅନୁଶାସନ ଭିତରେ ରହି କାର୍ଯ୍ୟ କରୁଛନ୍ତି। ଉଭୟ ଦଳର ସାଂସଦ କେବେ ବି ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରି ନାହାନ୍ତି। ଗୃହ କାର୍ଯ୍ୟରେ ଏହି ଦୁଇ ଦଳ କେବେ ବାଧା ଦେଇ ନାହାନ୍ତି। ଏହି ଦୁଇ ଦଳଠାରୁ କିଛି ଶିଖିବା ଉଚିତ୍‌’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏନ୍‌ସିପି ଏବଂ ବିଜେଡି ଏନଡିଏର ସହଯୋଗୀ ନୁହନ୍ତି। ଏନ୍‌ସିପି ଉପାର ସହଯୋଗୀ ହୋଇଥିବା ବେଳେ ବିଜେଡି କୌଣସି ମେଣ୍ଟରେ ନାହିଁ। ଏହି ଦୁଇ ଦଳଙ୍କୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ଚର୍ଚ୍ଚାର ବିଷୟ ପାଲଟିଛି।

Comment