ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ମୁସଲିମ ଯୁବକଙ୍କ ତୃତୀୟ ବିବାହ ପ୍ରସଙ୍ଗ। ଦ୍ଵିତୀୟ ପତ୍ନୀଙ୍କ ଏତାଲା ଆଧାରରେ ମାମଲା ରୁଜୁ କଲା ପୋଲିସ। ଯାଜପୁର ଏସ୍‌ପିଙ୍କୁ ଭେଟିବା ପରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ପାଣିକୋଇଲି ଗାଁର ଲାଲୁ ଖାନ୍‌ଙ୍କ ପୁଅ ଇମ୍ରାନ ଖାନ୍‌ ପ୍ରଥମ ପତ୍ନୀଙ୍କ ପରେ ଦ୍ଵିତୀୟ ବିବାହ କରିଥିଲେ। ମଙ୍ଗଳପୁର ଥାନା କାଟିଆ ଗାଁର ସେକ୍‌ ଅଜିମୁଦ୍ଦିନଙ୍କ ଝିଅ ସବିନାଙ୍କୁ ନିକାହ୍‌ କରିଥିଲେ। ନିଜ ଧର୍ମ ଓ ରୀତିନୀତି ଅନୁସାରେ ସେ ସବିନାଙ୍କୁ ବିବାହ କରିଥିଲେ।

ବିବାହର କିଛି ମାସ ପରେ ସବିନାଙ୍କୁ ଘରେ ଛାଡ଼ି ଚାକିରି ଖୋଜିବାକୁ ଇମ୍ରାନ ସାଉଦି ଆରବ ଚାଲିଯାଇଥିଲେ। ପରେ ଶାଶୂ ଘର ଲୋକ ଯୌତୁକ ପାଇଁ ସବିନାଙ୍କୁ ହଇରାଣ କରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ସବିନା ନିଜ ଝିଅକୁ ଧରି ବାପ ଘରକୁ ଚାଲି ଯାଇଥିଲା। ପରେ ଏନେଇ ମଙ୍ଗଳଫଉ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ହେଲେ ଇମ୍ରାନ ବିଦେଶରୁ ଆସିବା ପରେ ଗତ ୧୦ ତାରିଖରେ ସବିନାଙ୍କ ଅନୁପସ୍ଥିତିରେ ତୃତୀୟ ବିବାହ କରିବାକୁ ବସିଥିଲେ। ଏକଥା ସବିନା ଜାଣିପାରି ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ ମଙ୍ଗଳପୁର ଓ କୋରେଇ ଥାନାରେ ଏତାଲା ଦେଇଥିଲେ ମଧ୍ୟ ନିରାଶ ହୋଇଥିଲେ।

ସବୁଆଡୁ ନିରାଶ ହେବା ପରେ ଶେଷରେ ଯାଜପୁର ଏସ୍‌ପିଙ୍କ ଦ୍ଵାରସ୍ଥ ହୋଇଥିଲେ ସବିନା। ଏସପି ନଥିବାରୁ ଅତିରିକ୍ତ ଏସପିଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ ସବିନା। ଏହାପରେ ବର୍ତ୍ତମାନ ଏହି ଏତଲା ଆଧାରରେ ପୋଲିସ ମାମଲା ଗୁରୁ କରିଛି।

Comment