ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦ୍ୟାଳୟରୁ ଛୁଟି ହୋଇ ଫେରୁଥିଲେ ଘରକୁ। ହେଲେ ଘରକୁ ଯିବା ବାଟରେ ଘଟିଗଲା ଅଘଟଣ। ଟ୍ରକ ଧକ୍କାରେ ଚାଲିଗଲା ୧୫ ବର୍ଷ ନାବାଳିକାର ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବିଟିଏମ ବାଇପାସ ନିକଟରେ।

ଦୁଇଜଣ ଛାତ୍ରୀଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀ ଜଣକ ବିଟିଏମ ସୁଲିଦିଆ ପଡାର ସ୍ୱପ୍ନା ଜେନା ବୋଲି ଜଣା ପଡିଛି। ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଲିସ ହସ୍ତାନ୍ତର କରିବାସହ ଜାତୀୟ ରାଜପଥଥ ଏନଏଚ-୪୯ ଓ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଛନ୍ତି। ଫଳରେ ଝାରସୁଗୁଡାରୁ ରାୟଗଡ଼ା ଓ ରାଉରକେଲା ବାଟରେ ଯାତାୟାତ ଠପ ହୋଇଛି।

ବିଟିଏମ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ଲୋକେ କ୍ଷତିପୂରଣ ଦାବି ସହ ବାରମ୍ବାର ଦୁର୍ଘଟଣାରେ ପ୍ରାଣ ହାନୀ ଘଟଣାର ପ୍ରତିବାଦ କରିଛନ୍ତି। ବିଦ୍ୟାଳୟ ଛୁଟି ହେଲାପରେ ଛାତ୍ରୀ ଦୁଇଜଣ କଣ୍ଟାପାଲି ପଟୁ ବିଟିଏମ ଦେଇ ଆସୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ସମ୍ବଲପୁର ପଟୁ ସୁନ୍ଦରଗଡ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

Comment