ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଷ୍ଟ କ୍ରିକେଟର ଲୋକପ୍ରିୟତାକୁ ନେଇ ପୁରୁଣା କ୍ରିକେଟରମାନେ ବେଶ୍ ଚିନ୍ତିତ। ଟେଷ୍ଟ କ୍ରିକେଟରକୁ ଜୀବିତ ରଖିବା ପାଇଁ ଏହାକୁ ଗୋଟିଏ ନୁଆରୂପ ଦିଆଯାଇଛି। ଏଣିକି ଟେଷ୍ଟ ମ୍ୟାଚ୍ ଦିନ ବଦଳରେ ରାତିରେ ଆୟୋଜିତ ହେଉଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଡେ-ନାଇଟ୍ ଟେଷ୍ଟରେ କେତୋଟି ବିରଳ ରେକର୍ଡ ଦେଖିବାକୁ ମିଳିଛି।

ଡେ-ନାଇଟ୍ ଟେଷ୍ଟରେ ସବୁଠୁ ଅଧିକ ରନ୍ କରିଥିବା ଖେଳାଳି

ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଡେ-ନାଇଟ୍ ଟେଷ୍ଟରେ ପାକିସ୍ତାନର ଆଝାର ଅଲ୍ଲୀ ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ୩ଟି ଡେ-ନାଇଟ୍ ଟେଷ୍ଟରେ ୯୧.୨୦ ଆଭରେଜରେ ମୋଟ୍ ୪୫୬ ରନ୍ କରିଛନ୍ତି। ଏହି ଫର୍ମାଟରେ ତାଙ୍କଠାରୁ ଅଧିକ ରନ୍ ଆଉ କୌଣସି ଖେଳାଳି କରିନାହାନ୍ତି।

ସର୍ବାଧିକ ବ୍ୟକ୍ତିଗତ ରନ୍

ଡେ-ନାଇଟ୍ ଟେଷ୍ଟରେ ସର୍ବାଧିକ ବ୍ୟକ୍ତିଗତ ରନର ରେକର୍ଡ ମଧ୍ୟ ଆଝାର ଅଲ୍ଲୀଙ୍କ ନାଁ’ରେ ରହିଛି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁବାଇ ଟେଷ୍ଟରେ ୩୦୨ରନ୍ ମାରାଥନ୍ ଇଂନିସ୍ ଖେଳିଥିଲେ। ଯାହାକି ବର୍ତ୍ତମାନ ସୁଦ୍ଧା ଡେ-ନାଇଟ୍ ଟେଷ୍ଟରେ ଏକ ରେକର୍ଡ ହୋଇ ରହିଛି।

ସବୁଠୁ ଅଧିକ ୱିକେଟ୍

ଡେ-ନାଇଟ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ବୋଲର ମିଚେଲ୍ ଷ୍ଟାର୍କ ସବୁଠାରୁ ସଫଳ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ୫ଟି ଟେଷ୍ଟରେ ମୋଟ୍ ୨୬ଟି ୱିକେଟ୍ ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ଆଡିଲେଡ୍ ଡେ-ନାଇଟ ଟେଷ୍ଟରେ ସେ ୮୮ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ।

ସବୁଠୁ ସଫଳ ଦଳ

ଡେ-ନାଇଟ୍ ଟେଷ୍ଟରେ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ସବୁଠାରୁ ସଫଳ ଦଳର ମାନ୍ୟତା ପାଇଛି। ଅଷ୍ଟ୍ରେଲିଆ ଡେ-ନାଇଟ୍ ଟେଷ୍ଟରେ ମୋଟ୍ ୫ଟି ମ୍ୟାଚ୍ ଖେଳି ସମସ୍ତ ମ୍ୟାଚରେ ବିଜୟୀ ହୋଇଛି।

Comment