ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜି ନିଜର ୨୯ତମ ଜନ୍ମଦିନ ପାଳନ କରିଛନ୍ତି। କାର୍ତ୍ତିକ ନିଜର ଏହି ଖାସଦିନକୁ ନିଜ ପରିବାର ସହିତ ସେଲିବ୍ରେଟ କରିଛନ୍ତି। ସୋସିଆଲ ମିଡିଆରେ କାର୍ତ୍ତିକଙ୍କ ବାର୍ଥ ଡେ’ ଫଟୋ ଭାଇରାଲ ହେଉଛି।

ଏହି ଫଟୋରେ କାର୍ତ୍ତିକ ପରିବାର ସହ କେକ୍‌ କାଟୁଥିବା ନଜର  ଆସିଛନ୍ତି। ଏଥିରେ କାର୍ତ୍ତିକଙ୍କ ଜନ୍ମଦିନ ପାଇଁ ଘର ସଜା ହୋଇ ବେଲୁନ ଲାଗିବା ସହ କାର୍ତ୍ତିକଙ୍କ ପିଲା ବେଳ ଫଟୋ ଲାଗିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରୁଛନ୍ତି।

କାର୍ତ୍ତିକ ଆଗମୀ ଦିନରେ ଫିଲ୍ମ ଭୂମି, ଅନନ୍ୟା ପାଣ୍ଡେଙ୍କ ‘ପତି ପତ୍ନୀ ଅର୍‌ ଓ୍ୱ’ରେ , ସାରା ଅଲ୍ଲୀ ଖାନଙ୍କ ସହ ‘ଲଭ୍‌ ଆଜକଲ’ , ଜାହ୍ନବୀ କପୁରଙ୍କ ସହ ‘ଦୋସ୍ତାନା ୨’ରେ ନଜର ଆସିବେ।

Comment