ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍ତ୍ତିକ ଆର୍ଯ୍ୟନ, ସାରା ଅଲ୍ଲୀ ଖାନ୍‌ ଷ୍ଟାରର ଫିଲ୍ମ ‘ଲଭ୍‌ ଆଜକଲ୍‌ ୨’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଫେବ୍ରୁଆରି ମାସରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି। ଟ୍ରେଲର ଲଞ୍ଚ୍‌ ଅବସରରେ ସାରା ଅଲ୍ଲୀ ଖାନ ଏଥର ଭାଲେଣ୍ଟାଇନସ ଡେ ପ୍ଲାନର ଖୁଲାସା କରିଛନ୍ତି।

ଭାଲେଣ୍ଟାଇନ୍ସ ଅବସରରେ ଫିଲ୍ମଟି ରିଲିଜ ହେବାରୁ ସେ ତାଙ୍କ ସହ କଳାକାର କାର୍ତ୍ତିକଙ୍କ ଭାଲେଣ୍ଟାଇନ ଡେ‘ରେ ଫିଲ୍ମ ଦେଖିବାକୁ ଯିବେ ବୋଲି ସାରା କହିଛନ୍ତି।

ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ଲଭ୍‌ ଆଜକଲ୍‌ରେ ପ୍ରଥମ ଥର ପାଇଁ ସାରା, କାର୍ତ୍ତିକ ଏକାଠି ନଜର ଆସୁଛନ୍ତି। ବାସ୍ତବ ଜୀବନରେ ସାରା କାର୍ତ୍ତିକଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।

Comment