ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଆକ୍ଟର ଅକ୍ଷୟ କୁମାର ଓ ବିଦ୍ୟା ବାଲାନ୍‌ଙ୍କ ହରର୍‌ କମେଡି ଫିଲ୍କ ଭୁଲ୍‌ ଭୁଲେୟାର ପାର୍ଟ ୨ ହେବାକୁ ଯାଉଛି। ଭୁଲ୍‌ ଭୁଲେୟା ୨ରେ ଏଥର ଖିଲାଡି ହିରୋ ଅକ୍ଷୟ କୁମାରଙ୍କୁ ଦେଖିବେ ନାହିଁ ଦର୍ଶକ। ଏଥର ଅକ୍ଷୟ କୁମାରଙ୍କ ରୋଲ୍‌ରେ ଦର୍ଶକେ କାର୍ତ୍ତିକ ଆର୍ୟାନ୍‌ଙ୍କ ଜଲଓ୍ୱା ଦେଖିବାକୁ ପାଇବେ।

ଭୁଲ ଭୁଲେୟା ୨ ପାଇଁ କାର୍ତ୍ତିକ ଆର୍ୟାନ୍‌ଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଅଭିନେତା କାର୍ତ୍ତିକ ଆର୍ୟାନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭୁଲ ଭୁଲେୟା ୨ ର ତିନୋଟି ପୋଷ୍ଟର ସେୟାର କରିଛନ୍ତି।

ପ୍ରଥମ ଦୁଇଟି ଫଟୋରେ କାର୍ତ୍ତିକ ଗୋଟିଏ ସୋଫା ଉପରେ ବସିଥିବାବେଳେ ତାଙ୍କ ପଛରେ ମଞ୍ଜୁଲିକାର ଫଟୋ ରହିଛି। ସେହିଭଳି ଅନ୍ୟ ଫଟୋରେ ହାତରେ ତ୍ରୀଶୁଳ ଧରି ଏକ ବଡ଼ ଫାଟକ ଆଡକୁ ମୁହଁକରି ଠିଆ ହୋଇଛନ୍ତି।

କାର୍ତ୍ତିକ୍‌ ୠଷି ଭଳି ବେଶ, ମୁଣ୍ଡରେ ତିଳକ, ହାତରେ ଖପୁରୀ ଓ ମୁହଁରେ ହରେ ରାମ ହରେ ରାମ ଉଚ୍ଚାରଣ କରୁଥିବା ଦେଖିବାକୁ ପାଇବେ ଦର୍ଶକେ। ଭୁଲ ଭୁଲେୟାରେ ଅକ୍ଷୟ କୁମାରଙ୍କ ବେଶ ଭଳି କାର୍ତ୍ତିକ୍‌ ମଧ୍ୟ ନଜର ଆସିବେ।

ଏଥିରେ କାର୍ତ୍ତିକ୍‌ ଡରେଇବାରେ ଓ ହସାଇବାରେ ନଜର ଆସିବେ।

ଅନିଜ୍ ବାଜମୀଙ୍କ  ନିର୍ଦ୍ଦେଶିତ ଏହି ଫିଲ୍ମକୁ ଲେଖିଛନ୍ତି ଫରାଦ୍ ସାମଜୀ ଓ ଆକାଶ କୌଶିକ୍। ଫିଲ୍ମଟି ୩୧ ଜୁଲାଇ ୨୦୨୦ରେ ରିଲିଜ୍‌ ହେବ।

ପୂର୍ବରୁ ୨୦୦୭ ମସିହାରେ ଅକ୍ଷୟ କୁମାରଙ୍କ ଅଭିନୀତ ଭୁଲ ଭଲେୟା ମୁକ୍ତିଲାଭ କରିଥିଲା। ଏଥିରେ ଦର୍ଶକ ମଞ୍ଜୁଲିକାର କାହାଣୀ ଦେଖିବାକୁ ପାଇଥିଲେ। ଫିଲ୍ମଟି ମୁଖ୍ୟତଃ ହରର୍ କମେଡିକୁ ନେଇ ନିର୍ମିତ ହୋଇଥିଲା।

ଏଥିସହ ଦର୍ଶକ ଏହି ଫିଲ୍ମକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ।

Comment