ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ରାମେଶ୍ୱର ଛକ ମଲାଗୁଣି ନଦୀ ନିକଟରୁ ଶୁକ୍ରବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ ସୂଚନା ଅନୁଯାୟୀ, ଖୋର୍ଦ୍ଧା ବନ ଉପଖଣ୍ଡରେ ୨୦୧୩ ମସିହାଠାରୁ ଆଜିକୁ ୬ ବର୍ଷ ମଧ୍ୟରେ ୩ ଟି ହାତୀ ଓ ୫ ଜଣ ଲୋକଙ୍କର ମୁତ୍ୟୁ ହୋଇଛି। ତାହା ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ହେକ୍ଟର ଛାଷ ଜମି ନଷ୍ଟ ହୋଇଛି।

୨୦୧୭ ମସିହାରେ ଖୋର୍ଦ୍ଧା ବରୁଣେଇ ପାହାଡ଼ରୁ ୧ଟି ଓ ଟାଙ୍ଗୀ ବ୍ଲକ ଖଜୁରୀପଡ଼ା ପାହାଡ଼ରୁ ୧ଟି ହାତୀ ଓ ଆଜି ଟାଙ୍ଗୀ ବ୍ଲକ ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଆଜି ପର୍ଯ୍ୟନ୍ତ ମୋଟ୍-୩ ହାତୀ ମରିଛନ୍ତି।

Comment