ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପାଣି କାଢୁଥିବା ବେଳେ କୂଅରେ ଗଳିପଡ଼ି ମହିଳା ମୃତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ବେଣା ଗାଡିଆ ସାହିରେ। ମୃତକ ମହିଳା ଜଣକ ହେଲେ ସେହି ଗାଁର ୩୫ ବର୍ଷିୟ ପ୍ରତିମା ବେହେରା।

ପ୍ରତିମା କୂଅରୁ ବାଲ୍ଟି ସାହାଯ୍ୟରେ ପାଣି କାଢୁଥିଲେ। ପାଣି କାଢୁଥିବା ବେଳେ କୂଅ ଉପରେ ପଡିଥିବା ସିମେଣ୍ଟ ସ୍ଲାବ ହଠାତ୍ ଭାଙ୍ଗି ଯାଇଥିଲେ। ଫଳରେ ମହିଳା ଜଣକ ଭାରସାମ୍ୟ ହରାଇ କୂଅକୁ ଭିତରକୁ ଗଳି ପଡିଥିଲେ।

ମହିଳା ଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ। ପରେ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ମୃତ ମହିଳାଙ୍କର ଦୁଇଟି ଛୋଟ ଛୋଟ ପୁଅ-ଝିଅ ଅଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here