ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକାରେ ବଢ଼ୁଛି ପକ୍ଷୀ ଶିକାର। କଟକଣା ସତ୍ତ୍ଵେ ବି ବିଦେଶୀ ପକ୍ଷୀଙ୍କ ଶିକାର କରାଯାଉଛି। ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ୬୦ଟି ଗୁଳିବଦ୍ଧ ବିଦେଶୀ ପକ୍ଷୀ ଜବତ କରାଯାଇଛି।  ଏହି ଘଟଣାରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ଏୟାର ଗନ୍‌, ଗୁଳି, ଛୁରି ଆଦି ଜବତ କରିଛି।

ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଫିସରଙ୍କ କହିବାନୁଯାୟୀ, ଶନିବାର ବନବିଭାଗ ପକ୍ଷରୁ ଚିଲିକାର ସୋରଣ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିବା ବେଳେ ଏକ ବୋଟ୍‌ ଦ୍ରୁତ ଗତିରେ ପଳାଇଯିବାକୁ ଚେଷ୍ଟା କରିଥିଲା। ବନବିଭାଗ କର୍ମଚାରୀମାନେ ଡଙ୍ଗାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଫରେଷ୍ଟର ରାଧାକାନ୍ତ ହୋତା, ପକ୍ଷୀ ସୁରକ୍ଷା କର୍ମଚାରୀ ଚନ୍ଦନ ସାହୁ, ରମେଶ ପରିଡ଼ା ଓ ଶେଷଦେବ ପରତଡ଼ା ଆହତ ହୋଇଛନ୍ତି।

ହେଲେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଥିଲେ ଏବଂ ଡଙ୍ଗା ଭିତରୁ ୬୦ ଟି ମଅତ ବିଦେଶୀ ପକ୍ଷୀ ଜବତ କରିଛନ୍ତି।

Comment