ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମଙ୍ଗଳବାର ଗିରଫ କରିଛି ବାଣପୁର ପୋଲିସ। ତାଙ୍କୁ ଭୁବନେଶ୍ଵର କୋର୍ଟରେ ହାଜର କରିଯିବା ପରେ ବାଣପୁର କୋର୍ଟକୁ ନିଆଯିବ। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ସମ୍ପର୍କରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ପ୍ରଶାନ୍ତ ଜଗଦେବ ଚିକିତ୍ସିତ ହେଉଥିଲେ। ଆଜି ସେ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ଗିରଫ କରାଯାଇଛି।

ଗତ ୧୨ ତାରିଖରେ ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢ଼ିଯିବାରୁ ପୋଲିସ୍ କର୍ମୀଙ୍କ ସମେତ ୨୪ ଜଣ ସାଧାରଣ ଲୋକ ଗୁରୁତର ଆହତ ହୋଇଥିଲେ। ଏଥିରେ ବାଣପୁର ଆଇଆଇସିଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା। ଘଟଣା ପ୍ରତିବାଦରେ ସେଠାରେ ଉପସ୍ଥିତ ଜନତା ଉତ୍ତ୍ୟକ୍ତ ହୋଇ ବଧାୟକଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ଵରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ।

ଘଟଣା ଦିନ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣାର ତୀବ୍ର ନିନ୍ଦା କରାଯାଇଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଥିଲା। ବିଭିନ୍ନ ଦଳ ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ସହ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଦାବି ହୋଇଥିଲା।

Tags: #MLAChilika #ChilikaMLA #PrasantJagdev #Arrested #HitandrunCase

LEAVE A REPLY

Please enter your comment!
Please enter your name here