ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକାରେ ଶନିବାର ସକାଳ ୬ଟାରୁ ଡଲଫିନ ଗଣନା ଆରମ୍ଭ ହୋଇଛି।

ଡଲଫିନ ଗଣନା ପାଇଁ ୧୮ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି। ଭିଡିଓଗ୍ରାଫି, ଫଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର କରି ଗଣନା କାର୍ଯ୍ୟ କରାଯାଉଛି।

ଗଣନା ଲାଗି ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ ସଂଘ, ଡଲଫିନ ବିଶେଷଜ୍ଞ ଏବଂ ସ୍ଵେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଡଲଫିନ ଗଣତି ସମୟରେ ଚିଲିକାରେ ଭାସପୋଲ, ଘାଟଡ଼ଙ୍ଗା ଏବଂ ଟୁରିଷ୍ଟ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି।

ଏପଟେ କେନ୍ଦ୍ରାପାଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା କରାଯାଉଛି। ଏଠାରେ ଗଣନା କାର୍ଯ୍ୟ ପାଇଁ ୯ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

Tags: #DolphinCensus #Chilika #Odisha #Dolphin

LEAVE A REPLY

Please enter your comment!
Please enter your name here