ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେମା ହଲରେ ଗଣ୍ଡଗୋଳ କରିବା ସହ ସିନେମା ହଲ ମାଲିକଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଜେପି ସିଂ ସାଲୁଜାଙ୍କୁ ଗିରଫ କରିଥିଲା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଗୁରୁବାର ଦିନ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଜେସିଙ୍କର ୫ ଜଣ ସାଙ୍ଗ ମଧ୍ୟ ହାଜତକୁ ଯାଇଛନ୍ତି।

ବୁଧବାର ଦିନ ପାଟଣାଗଡ଼ ସ୍ଥିତ ଏକ ସିନେମା ହଲର ମାଲିକଙ୍କ ସହ ବଟି ଆଦାୟକୁ ନେଇ ଜେସି ସିଂ ସାଲୁଜାଙ୍କର ଯୁକ୍ତିତର୍କ ହୋଇଥିଲା। ସେଜି ବନ୍ଧୁକ ଦେଖାଇ ସମ୍ପୃକ୍ତ ହଲ ମାଲିକଙ୍କୁ ଧମକ୍ ଚମକ ଦେବା ସହ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ବେଲପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଜେସି ସିଂ ସାଲୁଜାଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲା। ପରେ ବିଳମ୍ବିତ ରାତିରେ ଜେସିଙ୍କ ଜିମରେ ପୋଲିସ ଚଢ଼ଉ କରି ସେଠାରୁ ନଗଦ ୨୦ ହଜାର ଟଙ୍କା ସହ ମଦ ବୋତଲ ଜବତ କରିଥିଲା। ପୋଲିସ ଜେସିଙ୍କ ସହ ତାଙ୍କର ଆଉ ୫ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ପାଟଣାଗଡ଼ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Tags: #SantoshSinghSaluja #JessySinghSaluja #Arrested

LEAVE A REPLY

Please enter your comment!
Please enter your name here