ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା ପାଇଁ ନିୟୋଜିତ ହୋଇଛି ୨୧ଟି ଟିମ। ପ୍ରତି ଟିମରେ ୭ ଲେଖାଏଁ ସଦସ୍ୟ ରହିଛନ୍ତି। ଏହି ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ରହିଛନ୍ତି।

ପକ୍ଷୀ ଗଣନା ପାଇଁ ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ ଚିଲିକାରେ ଗୋଟିଏ ଟିମ୍‌ ନିୟୋଜିତ ହୋଇଛନ୍ତି। କମ୍ପାସ, ବାଇନାକୁଲାର ଓ ଜିପିଏସ ମାଧ୍ୟ୍ୟମରେ ପକ୍ଷୀ ଗଣନା କରାଯାଉଛି। ପକ୍ଷୀ ଗଣନା କାର୍ଯ୍ୟରେ ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟପ୍ରାଣୀ କର୍ମଚାରୀଙ୍କୁ ସାମିଲ କରାଯାଇଛି। ଗତବର୍ଷ ମୋଟ ୧୮୩ଟି ପ୍ରଜାତିର ୧୦, ୭୪,୧୭୩ଟି ପକ୍ଷୀ ଆସିଥିବା ଆକଳନ କରାଯାଇଛି। ଏହା ମଧ୍ୟରୁ ୧୦୭ଟି ପ୍ରଜାତିର ୧୦,୩୬, ୨୨୦ଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭,୯,୫୩ଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି।

ବିଗତ କିଛି ବର୍ଷର ପକ୍ଷୀ ଗଣନା

  • ୨୦୧୭ ମସିହାରେ – ୯ଲକ୍ଷ ୪୭ହଜାର ୧୧୯ଟି ପକ୍ଷୀ ଆସିଥିଲେ (ପ୍ରଜାତି-୧୬୧)
  • ୨୦୧୮ ମସିହାରେ – ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିଲେ(ପ୍ରଜାତି-୧୪୭)
  • ୨୦୧୯ ମସିହାରେ – ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିଲେ(ପ୍ରଜାତି-୧୮୧)

Tags: #BirdCounting #Chilika #AnnualBirdCensus #Odisha

Comment