ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୧ ତାରିଖରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ୨୦ ତାରିଖରେ ତାଲିମ ସରିବା ପରେ ୨୧ତାରିଖଠାରୁ ୨୩ ତାରିଖ ପର୍ଯନ୍ତ ତିନି ଦିନ ଗଣନା କରାଯିବ।

ପ୍ରଥମ ଦିନରେ ବନ ବିଭାଗ, ସିଡିଏ, ଡଲଫିନ୍ ବିଶେଷଜ୍ଞ, ମୋଟର ବୋଟ୍ ସଙ୍ଘର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ୨୨ ଓ ୨୩ ତାରିଖ ଦୁଇ ଦିନ କେବଳ ବନ ବିଭାଗ  ଓ ସିଡିଏ ଗଣନାରେ ସାମିଲ ହେବେ। ସମଗ୍ର ଚିଲିକାରେ ୫ଟି ରେଞ୍ଜରେ ଏହି ଗଣନା ହେବ। ସେହିପରି ପୁରୀ ସମୁଦ୍ର ଉପକୂଳରେ ମଧ୍ୟ ଗଣନା କରାଯିବ।

ଅସ୍ତରଙ୍ଗର ଦେବୀ ମୁହାଣଠାରୁ ଚନ୍ଦ୍ରଭାଗ ପର୍ଯ୍ୟନ୍ତ ଗୋଟିଏ ଟିମ୍, ଚନ୍ଦ୍ରଭାଗାଠାରୁ ପୁରୀ ମଙ୍ଗଳା ନଈ ମୁହାଣ ଏବଂ ମଙ୍ଗଳା ନଈ ମୁହାଣଠାରୁ ବାଲିହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ତିନୋଟି ଟିମ୍ ଗଣନାରେ ସାମିଲ ହେବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତବର୍ଷ ଚିଲିକାରେ ୧୬୨ଟି ଡଲଫିନ ଦେଖା ଯାଇଥିବାବେଳେ ପୁରୀ ଉପକୂଳ ସମୂଦ୍ରରେ ଦୁଇଟି ଟିମ୍ ଆଦୌ ଡଲଫିନ ଦେଖିପାରିନଥିଲେ।

Tags: #DolphinSenses #Chilika #Puri #ForestDepartment #Odisha

Comment