ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ପ୍ରସ୍ତୁତ କରନ୍ତୁ ସାରୁରେ ପିଠୋଉ।

ଆବଶ୍ୟକୀୟ ସାମଗ୍ରୀ

  • ବଡ଼ ସାରୁ ଅଧା କିଲୋଗ୍ରାମ୍‌
  • ହଳଦୀଗୁଣ୍ଡ ଅଧ ଚାମଚ
  • ତେଲ
  • ୧ କପ୍‌ ଚାଉଳ
  • ୨ ଛୋଟ ଚାମଚ ଜିରା
  • ୩ ଚାମଚ ଧନିଆ
  • ୪ଟି ଶୁଖିଲା ଲଙ୍କା
  • ୫ କୋଲା ରସୁଣ

ପ୍ରସ୍ତୁତି ପ୍ରଣାଳୀ

ଚାଉଳକୁ ବତୁରାଇ ଦିଅନ୍ତୁ। ସାରୁକୁ ଗୋଲ ଗୋଲ କରି କାଟି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସ୍‌ ଉପରେ କଡ଼େଇ ବସାନ୍ତୁ। କଡ଼େଇରେ ଅଳ୍ପ ଲୁଣ ଓ ପାଣି ଦେଇ ସାରୁକୁ ସିଝାନ୍ତୁ।

ଅନ୍ୟପଟେ ବତୁରା ହୋଇଥିବା ଚାଉଳରୁ ପାଣି ନିଗାଡ଼ି, ସେହି ଚାଉଳରେ ଜିରା, ଧନିଆ, ଲଙ୍କା ଓ ରସୁଣକୁ ମିଶାଇ ଗ୍ରାଇଣ୍ଡରରେ ବହଳିଆ ବାଟନ୍ତୁ। ପାଣି ଦିଅନ୍ତୁ ନାହିଁ। ବାଟିସାରିବ ପରେ ସେଥିରେ ହଳଦିଗୁଣ୍ଡ ଓ ଲୁଣ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ। ପୂର୍ବରୁ ସିଝାଇ ଥିବା ସାରୁକୁ କାଢ଼ି ଏହି ଆଣରେ ମିଶାନ୍ତୁ।

ଏବେ ଗ୍ୟାସ୍‌ରେ ଏକ ତାଓ୍ୱା ରଖନ୍ତୁ। ତାଓ୍ଵା ଗରମ ହୋଇଗଲେ ସେଥିରେ ସେକିବା ପାଇଁ ତେଲ ପକାନ୍ତୁ। ଏବେ ସେହି ସିଝା ସାରୁକୁ ଚାଉଳ ଆଣରେ ମିଶାଇ ତାଓ୍ୱାରେ ରଖନ୍ତୁ। ମଝିରେ ମଝିରେ ତାଓ୍ୱାରେ ବସିଥିବା ପିଠଉ ଚାରିପଟେ ତେଲ ବୁଲାଇ ଲେଉଟାନ୍ତୁ। ପିଠଉ ଭଲକରି ହୋଇଗଲା ପରେ ତାଓ୍ଵାରୁ କାଢ଼ି ଦିଅନ୍ତୁ। ପିଠଉକୁ ଭାଜିବା ବେଳେ ଗ୍ୟାସ୍‌ର ଜାଳ ମଧ୍ୟମ ରଖନ୍ତୁ।

Comment