ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଟେଷ୍ଟ ବ୍ୟାଟ୍ସମ୍ୟାନ ଟପ୍‌ ଟେନ୍‌ରେ ପ୍ରବେଶ କରିବାକୁ ଆଉ ମାତ୍ର ଅଳ୍ପ ଦୂରରେ ଅଛନ୍ତି ଭାରତୀୟ ଟେଷ୍ଟ ଓପନର ମୟଙ୍କ ଅଗ୍ରଓ୍ଵାଲ୍‌। ସେ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି। ସେ ଟପ୍‌ ଟେନ୍‌କୁ ଯିବାକୁ ଆଉ ମାତ୍ର ୧୦ ପଏଣ୍ଟ ଦୂରରେ ରହିଛନ୍ତି।

ମୟଙ୍କ ଅଗ୍ରଓ୍ଵାଲଙ୍କ ଉପରେ ଅର୍ଥାତ ଟପ ଟେନ୍‌ରେ ରହିଛନ୍ତି ରୋହିତ ଶର୍ମା। ରୋହିତ ୭୦୧ ପଏଣ୍ଟରେ ରହିଥିବା ବେଳେ ମୟଙ୍କ ୬୯୧ ପଏଣ୍ଟରେ ରହିଛନ୍ତି। ଚଳିତ ଟେଷ୍ଟରେ ମୟଙ୍କ ଯଦି ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କ ସ୍ଥାନରେ ପରିବର୍ତ୍ତନ ଆସିପାରେ।

ତେବେ ବର୍ତ୍ତମାନ ଉଭୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟପ୍‌ ଟେନ୍‌ ପାଇଁ ଲଢେଇ ହେବ। ଯଦି ରୋହିତ ଭଲ ପ୍ରଦର୍ଶନ କରନ୍ତି ତେବେ ମୟଙ୍କ ଟପ୍‌ ଟେନ୍‌କୁ ଆସିବାରୁ ବଞ୍ଚିତ ହେବେ। କାରଣ ରୋହିତଙ୍କୁ ନବମ ସ୍ଥାନକୁ ଯିବାକୁ ହେଲେ ଆହୁରି ୨୨ ପଏଣ୍ଟର ଆବଶ୍ୟକ ରହିଛି। ଯାହାକି ଗୋଟିଏ ଇଂନିସରେ ସମ୍ଭବ ନୁହେଁ।

Comment