ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ମାସ ତଳେ କରିଥିଲେ ପ୍ରେମ ବିବାହ ହେଲେ ଶନିବାର ଶାଶୂ ଘର ଅଞ୍ଚଳରୁ ଉଦ୍ଧାର ହେଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୁହାରିଆପଦ ଗ୍ରାମରେ। ଜଣେ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପରିବାର ଲୋକ ହତ୍ୟା କରି ଫିଙ୍ଗି ଦେଇ ଥିବା ସନ୍ଦେହ କରାଯାଉଛି।

ମୃତକ ମହିଳା ଜଣକ ହେଲେ ସମ୍ଵଲପୁର ଜିଲ୍ଲାର ମଧୁ ବାଗ୍‌। ମଧୁ ୪ ମାସ ତଳେ ବଲାଙ୍ଗିର ଜିଲ୍ଲା ଗୋହିଆପଦର ଗାଁର ବିରଞ୍ଚି ଭାତ୍ରାଙ୍କୁ ବିବାହ କରିଥିଲେ।

ଛତିଶଗଡ଼ର ରାୟପୁରରେ ରହୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ପରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ମଧୁ ଆଉ ବିରଞ୍ଚି ବଲାଙ୍ଗିରରେ ରହୁଥିଲେ। ହେଲେ କିଛିଦିନ ହେବ ଦୁଇ ଜମଙ୍କ ମଧ୍ୟ କଳି ଝଗଡ଼ା ଲାଗି ରହୁଥିଲା।

ହେଲେ ଶନିବାର ହଠାତ ମଧୁଙ୍କ ମୃତଦେହ ମିଳିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପାଇଁ ପୋଲିସ ବିରଞ୍ଚିଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।

Comment