ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ ଉଦ୍‌ଘାଟନ ହେଲା ସ୍ଵତନ୍ତ୍ର ମହିଳା ଫୌଜଦାରୀ ଓ ଦେଓ୍ଵାନୀ କୋର୍ଟ। ଏହାକୁ ଉଦ୍‌ଘାଟନ କରିଥିଲେ ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୟ କୁମାର ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ସତ୍ୟନାରାୟଣ ମିଶ୍ର, ସଭାପତି ପ୍ରାଣକୃଷ୍ଣ ଦଳବେହେରା, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ଲଳିତ ଦାଶ ଉପସ୍ଥିତ ରହିଥିଲେ।

ଏହି କୋର୍ଟରେ କେବଳ ମହିଳାମାନଙ୍କ ସମ୍ପର୍କିତ ଫୌଜଦାରୀ ଓ ଦେଓ୍ଵାନୀ ମାମଲାର ବିଚାର କରାଯିବ।

ପୂର୍ବରୁ ରାଜ୍ୟରେ ୬ଟି ନୂଆ ଜିଲ୍ଲା ଜଜ୍‌ କୋର୍ଟ ଖୋଲିବ ବୋଲି ଅନୁମତି ମିଳିଛି।। ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟ ସୁପାରିଶ କରିଥିଲେ। କଟକ, ଭଦ୍ରକ, ନୀଳଗିରି, ପଟ୍ଟାମୁଣ୍ଡାଇ, ଉଦଳା ଓ ଖଡ଼ିଆଳରେ ଏହି ଅତିରିକ୍ତ କୋର୍ଟ ଖୋଲାଯିବ।

Comment