ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନ୍‌ ଧକ୍କାରେ ମା’ ଝିଅ ମୃତ। ଯାଜପୁର ରୋଡ୍‌ ଅହମଦ ନଗର ଓଭର୍‌ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁରୀ- ହାଓ୍ୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ଖାଇ ମା’, ଝିଅଙ୍କର ମୃତ୍ୟୁ ଘଟିଛି।

ମୃତ ମା’ ଝିଅଙ୍କ ଘର ଯାଜପୁର ଜିଲ୍ଲା କୋରେଇ ଥାନା ଚାନ୍ଦମା ଗ୍ରାମରେ ଜଣାପଡ଼ିଛି। ମା’ ଝିଅ ରେଳ ଲାଇନ ପାର୍‌ ହେଉଥିଲା ବେଳେ ଏହି ଘଟଣା ଘଟିଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ତାଙ୍କ ପରିବାରକୁ ଖବର ଦେଇଛନ୍ତି।

Comment