ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ଓ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ଓଡ଼ିଶାର ସଫଳ ଉଦ୍ୟୋଗୀମାନଙ୍କୁ ୨୦୧୮-୧୯ ରପ୍ତାନୀ ପୁରସ୍କାର ଦିଆଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିଥିବା ଉଦ୍ୟୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ଉଦ୍ୟୋଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଇଚ୍ଛୁକ ଉଦ୍ୟୋଗୀମାନେ ଡିସେମ୍ଵର ୩୧ ସୁଦ୍ଧା ଆବେଦନ କରିପାରିବେ।

ଯୋଗ୍ୟତା

ଓଡ଼ିଶାର ସୁକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଓ ବଡ଼ କମ୍ପାନୀ। ଘରୋଇ ଉଦ୍ୟୋଗ, ସରକାରୀ ଅଧିନରେ ଥିବା ଯେକୌଣସି କମ୍ପାନୀ ଆବେଦନ କରିପାରିବେ।

କେମିତି କରିବେ ଆବେଦନ

  • ଆବେଦନ କରିବା ପାଇଁ ଦରଖାସ୍ତ ଫର୍ମ ଓ୍ଵେବସାଇଟ୍‌ odisha.gov.in କୁ ଯାଇ ଆଣିପାରିବେ। ବିଜ୍ଞାପନ ଦେଖିବା ପାଇଁ www.depmodisha.nic.in ରେ ଯାଇ ଦେଖିପାରିବେ।
  • ଦରଖାସ୍ତ ଫର୍ମ ପୂରଣ କରି ଏହାକୁ ଏକ୍ସପୋର୍ଟ ପ୍ରମୋସନ ଓ ମାର୍କେଟିଙ୍ଗ ନିର୍ଦ୍ଦେଶକ, ଓଡ଼ିଶା, ରପ୍ତାନୀ ଭବନ, ପ୍ରଥମ ମହଲା, ଇନ୍ଦ୍ରଧନୁ ମାର୍କେଟ, ନୟାପଲ୍ଲୀ, ଭୁବନେଶ୍ଵର – ୭୫୧୦୧୫ରେ ପଠାଇ ପାରିବେ।
  • ଫୋନ ନମ୍ଵର – ୦୬୭୪-୨୫୫୨୬୭୫
  • ଇମେଲ୍‌ – depmodisha@gmail.com

ଶେଷ ତାରିଖ

୩୧ ଡିସେମ୍ଵର ୨୦୧୯

Comment