ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଡେନ୍‌-ଗାର୍ଡେନରେ ଚାଲିଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ପେସ୍‌ ବୋଲର ଇଶାନ୍ତ ଶର୍ମା ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂରେ ଦୁଇଟି ଯାକ ଇଂନିସରେ ଧରାଶାୟୀ ହୋଇଥିଲା ବାଂଲା ଦଳ। ଏହି ମ୍ୟାଚରେ ଇଶାନ୍ତ ସର୍ବାଧିକ ୯ଟି ଓ୍ଵିକେଟ ହାସଲ କରିଥିଲେ।

ଏହି ମ୍ୟାଚ ପରେ ଇଶାନ୍ତ ଶର୍ମା ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ୨୦ ସ୍ଥାନରେ ପହଞ୍ଚିଛନ୍ତି। ତେବେ ତାଙ୍କୁ ଶ୍ରେଷ୍ଠ ୧୦କୁ ଯିବାକୁ ହେଲେ ଆହୁରି ୧୦ ଜଣଙ୍କୁ ଅତିକ୍ରମ କରିବାକୁ ପଡ଼ିବ। ସେହିପରି ଏହି ଟେଷ୍ଟ ପ୍ରଦର୍ଶନ ପରେ ତାଙ୍କୁ ଆଗକୁ ମଧ୍ୟ ସୁଯୋଗ ମିଳିପାରେ।

ବର୍ତ୍ତମାନ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଟପ୍‌ ଟେନରେ ଭାରତର ୩ଟି ବୋଲର ରହିଛନ୍ତି। ଯଶପ୍ରିତ ବୁମରା ୪ର୍ଥ ସ୍ଥାନ, ମହମ୍ମଦ ସାମି ସପ୍ତମ ଓ ଅଶ୍ଵିନୀ ୧୦ମ ସ୍ଥାନରେ ରହିଛନ୍ତି। ତେବେ ଇଶାନ୍ତ ଶର୍ମାଙ୍କ ଉପରେ ରବିନ୍ଦ୍ର ଜେଡେଜା ୧୬ତମ ସ୍ଥାନରେ ରହିଛନ୍ତି।

Comment