ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟ୍ରିଟ୍‌ ଫୁଡ୍‌ ମଧ୍ୟରେ ଚାଟ୍‌ ଖାଇବାର ପ୍ରାୟ ସମସ୍ତଙ୍କର ଇଛା। ତେବେ, ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ବାହାରେ ମିଳୁଥିବା ଟେଷ୍ଟି ଚାଟ୍‌।

ଆବଶ୍ୟକୀୟ ସାମଗ୍ରୀ

୨ ଜଣଙ୍କ ପାଇଁ କରୁଥିଲେ

  • ସିଝା ଆଳୁ – ୨ଟା
  • କଞ୍ଚା ଲଙ୍କା – ୨ଟା
  • ଧନିଆ ପତ୍ର
  • ଟମାଟୋ – ୨ଟା ମଧ୍ୟମ ଧରଣର
  • ଲଙ୍କା ଗୁଣ୍ଡା ଗୋଟେ ଚାମଚ
  • ଅଦା – ଗୋଟେ ଇଞ୍ଚ
  • ଜିରା ଅଧ ଚାମଚ
  • ଲୁଣ ସ୍ୱାଦ ଅନୁସାରେ
  • ହଳଦୀ – ଅଧ ଚାମଚ

ପ୍ରସ୍ତୁତି:

ପର୍ଯ୍ୟାୟ-୧

ଗ୍ୟାସ୍‌ରେ ପ୍ୟାନ୍‌ ବସାନ୍ତୁ। ଏଥିରେ ଜୀରା ଅଧ ଚାମଚ ପକାନ୍ତୁ। ଜିରା ଫୁଟିଗଲେ ଗୋଟେ ଇଞ୍ଚର ଅଦାକୁ ଛୋଟ ଛୋଟ କରି କାଟି ପକାନ୍ତୁ। ଏହାପରେ କଞ୍ଚାଲଙ୍କାକୁ ଛୋଟ ଛୋଟ କରି କାଟି ପକାନ୍ତୁ। ଟମାଟୋକୁ ଛୋଟ ଛୋଟ କରି କାଟି ପକାନ୍ତୁ। ଟମାଟୋ ଟିକେ ନରମ ହୋଇଆସିଲେ, ଏଥିରେ ଲେମ୍ବୁ ରସ ଚାମଚେ, ନାଲି ଲଙ୍କା ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ ପକାଇ ମିଶାଇ ଦିଅନ୍ତୁ। ଏହାପରେ ଜିରା ପାଉଡର, ଧନିଆ ପାଉଡର ମିଶାଇ ଗୋଳାଇ ଦିଅନ୍ତୁ।

ପର୍ଯ୍ୟାୟ-୨

ଅନ୍ୟପଟେ ସିଝା ଆଳୁରେ ଧନିଆ ପାଉଡର, ଜିରା ପାଉଡର ଏବଂ ପୂର୍ବରୁ ପର୍ଯ୍ୟାୟ ୧ରେ ତିଆରି ହୋଇଥିବା ମସଲାକୁ ଆଳୁ ଉପରେ ପକାଇ ମିଶାଇ ଦିଅନ୍ତୁ। ଏହା ଉପରେ ତାଜା ଧନିଆ ପତ୍ର ପକାଇ ଗୋଟେ ପ୍ଲେଟ୍‌ରେ କାଢ଼ନ୍ତୁ। ଏହି ପ୍ରସ୍ତୁତ ଚାଟ୍‌ ଉପରେ ଛୋଟ ସେଓ, ଟମାଟୋ ସସ୍‌, ଚିଲ୍ଲି ସସ୍‌ ପକାଇ ଖାଆନ୍ତୁ।

Comment