ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଲକ୍‌ଡାଉନ୍‌ ହଟିବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି। ବନ୍ଦ ଥିବା ଦୋକାନ ବଜାର ଖୋଲୁଛି। ତେବେ ରାସ୍ତା କଡ଼ ଜଳଖିଆ ଦୋକାନ, ଠେଲା ଦୋକାନ, ଢ଼ାବା ଆଦି ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛି। ଏହି ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଭୁବନେଶ୍ୱରରେ ଏଣିକି ଚାଟ୍‌, ଗୁପ୍‌ଚୁପ୍‌ ଏବଂ ଚା’ ପାର୍ସଲ ମିଳିବ। ଲୋକେ ଘରେ ବସି ଖାଇପାରିବେ।

ଭୁବନେଶ୍ୱରରେ ହୋଟେଲ, ରେସ୍ତୋରାଁ, ଢ଼ାବା, ଠେଲା ଦୋକାନ ଖୋଲିବ। ହୋଟେଲରେ ଥିବା ଅତିଥିଙ୍କ ପାଇଁ ରେସ୍ତୋରାଁ ଖୋଲିପାରିବ। ହେଲେ ଏଠାରେ କେହି ବସି ଖାଇପାରିବେନି। କେବଳ ପାର୍ସଲ ଆଣିପାରିବେ। ସେହିପରି ରାସ୍ତାକଡ଼ ଢାବାରୁ ମଧ୍ୟ ପାର୍ସଲ ମିଳିବ।

ଚା’ ଲସି, ଜୁସ୍‌ ଦୋକାନ ମଧ୍ୟ ପାର୍ସଲ ଦେଇ ପାରିବେ। ଲକ୍‌ଡାଉନ୍‌ ଯୋଗୁଁ ଚା’ ଦୋକାନ ବନ୍ଦ ରହିଥିଲା। ଏବେ ଏହା ଖୋଲିବା ପାଇଁ ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି।

Comment