ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାର ପଞ୍ଜୀକରଣ ବୃଦ୍ଧି ପାଇଁ ଏଣିକି ଅଙ୍ଗନବାଡ଼ିରେ ଖୋଲିବ ଆଧାର କେନ୍ଦ୍ର। ଏହାସହ ହସ୍ପିଟାଲ ଓ ଜନ୍ମମୃତ୍ୟୁ ପଞ୍ଜୀକରଣ କେନ୍ଦ୍ରରେ ମଧ୍ୟ ଆଧାର କେନ୍ଦ୍ର ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଧାର ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ଆଇଟି ସଚିବ ମନୋଜ ମିଶ୍ର।

ଓକାକ ସହାୟତାରେ ଆସନ୍ତା ୩ ମାସ ମଧ୍ୟରେ ଏହି ଆଧାର କେନ୍ଦ୍ର ଖୋଲାଯିବ। ଆଧାର ପଞ୍ଜୀକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶା ହାର ଅଧିକ ରହିଛି। ଜାତୀୟ ହାର ୯୦ ପ୍ରତିଶତ ଥିବା ବେଳେ ଓଡ଼ିଶା ହାର ୯୩.୧ ପ୍ରତିଶତ ରହିଛି।

ଓଡ଼ିଶାରେ ଶୂନରୁ ୫ ବର୍ଷ ବୟସ୍କ ପିଲାଙ୍କ ଆଧାର ପଞ୍ଜୀକରଣ ହାର ୪୭ ପ୍ରତିଶତ ରହିଥିବା ବେଳେ ୫ରୁ ୧ ବର୍ଷ ବୟସ୍କଙ୍କ ଆଧାର ପଞ୍ଜିକରଣ ହାର ୮୧ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି।

Comment